ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ସଭାଗୃହ ପରିସରରେ ଆୟୋଜିତ ବୈଠକରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ବୈଠକରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଉପାଧ୍ୟକ୍ଷା କେ. ପୂଜା, ଏମ୍ପିଙ୍କ ପ୍ରତିନିଧି ନିରୂପମା ପଟ୍ଟନାୟକଙ୍କ ସମେତ ସମସ୍ତ କାଉନସିଲର ଏବଂ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ କ୍ରୀଡ଼ା ପ୍ରତିଯୋଗିତା, ସମୂହ ସଫେଇ, ବୃକ୍ଷରୋପଣ, ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ, ଗଳ୍ପ କଥନ ଓ ବତ୍କୃତା ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀଙ୍କ ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବୈଠକରେ କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ ପାତ୍ର, ସୁନୀଲ ପଣ୍ଡା, ଜ୍ୟୋସ୍ନା ଜେନା, କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା, ରଞ୍ଜିତ ବେହେରା, ଇ.ଶଙ୍କର, ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ କେ.ନାଗେଶର ରାଓ, ସୁବାସ ପାଢ଼ୀ, ଦନାର୍ଦ୍ଦନ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ଡ଼.ପ୍ରକାଶ ପାଣିଗ୍ରାହୀ, ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ, ସୁବାସ ସାହୁ, ଶିଶିର ପଣ୍ଡା, ପୂର୍ବତନ କାଉନସିଲର ଏମ୍.ବାଇନାଥଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ, ସିଆର୍ସିସି, ବରିଷ୍ଠ ନାଗରିକ, ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।