କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ସୁଚରିତା ମୁଗ୍ରୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ଖ ଯୋନ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ, ବ୍ଲକ କଳା ଓ ସଂସ୍କୃତି ସଂଘ ଉପସଭାପତି ଭାଗୀରଥି ଷଡଙ୍ଗୀ, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ଫାଣ୍ଡି ଅଧିକାରୀ ଥବିର ବରିହା, ସାଂସଦ ପ୍ରତିନିଧି ହୃଦାନନ୍ଦ ସାହୁ, ବିଧାୟକ ପ୍ରତିନିଧି କାହ୍ନୁଚରଣ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବ ପାଳନ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ ସହ ଯୋଜନା ପ୍ରସ୍ତୁତ କରିଥିଲେ।


