ବିରୋଧୀଙ୍କୁ ରୋକିବାକୁ ଚାଲିଛି ପ୍ରସ୍ତୁତି

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ଚାଲିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମତ ମତାନ୍ତର ଚାଲିଥିବାବେଳେ ବିରୋଧୀ ପକ୍ଷରୁ ପ୍ରସ୍ତୁତ ହେଉଥିବା ବିକ୍ଷୋଭ, ରାଲିକୁ ରୋକିବାକୁ ଶାସକ ଦଳ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ରବିବାର ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଏକ ସେବାୟତ ମଣ୍ଡଳୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ସେବାୟତମଣ୍ଡଳୀ ମଧ୍ୟରେ ପରିଚାଳନା କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ନିଯୋଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଦାବିପତ୍ରରେ ଜଣାଯାଇଛି ଯେ, ଶ୍ରୀମନ୍ଦିର ଚାରିପାଖରେ ଯେଉଁ ଐତିହ୍ୟ କରିଡ଼ର ନିର୍ମାଣାଧୀନ ଅବସ୍ଥାରେ ରହିଛି, ଏହାକୁ ତୁରନ୍ତ ଶେଷ କରାଯାଉ। ଐତିହ୍ୟ କରିଡ଼ର ଶ୍ରୀଜଗନ୍ନାଥଧାମର ମହିମା ବଢ଼ାଇବ। ପୁରୀ ସହରବାସୀ ରାଜ୍ୟ ସରକାରଙ୍କୁ ଏହି କାର୍ଯ୍ୟରେ ସମର୍ଥନ କରୁଛନ୍ତି। ପୂର୍ବରୁ ସେବାୟତଙ୍କ ପାଖରେ ପରିକ୍ରମା ପ୍ରକଳ୍ପର ନକ୍ସା ଉପସ୍ଥାପନ କରାଯାଇଛି। ମନ୍ଦିର ସଂଲଗ୍ନ ସାତ ସାହି ଓ ସେବାୟତମାନେ ଜିଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ମାତ୍ର ପରିତାପର ବିଷୟ ଯେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ନେତା ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ରାଲି ଓ ଜନଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାହାକୁ ଜିଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଉ। ସେହିଭଳି ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚାରିପଟେ ଓ ବଡ଼ଦାଣ୍ଡରେ କୌଣସି ବିକ୍ଷୋଭ କରାଯାଇପାରିବ ନାହିଁ। ଜିଲା ପ୍ରଶାସନ ଏ ନେଇ ପଦକ୍ଷେପ ନେଉ। ସେବାୟତ ମଣ୍ଡଳୀ ମଧ୍ୟରେ ରଜତ କୁମାର ପ୍ରତିହାରୀ, ରାମଚନ୍ଦ୍ରଦାସ ମହାପାତ୍ର, ଜଗନ୍ନାଥ କର, ଗୌରହରି ପ୍ରଧାନ, ଗୁଣଧର ଦାସ ମହାପାତ୍ର ଓ ମାଧବ ଚନ୍ଦ୍ର ପୂଜାପଣ୍ଡାଙ୍କ ସହ ଅନ୍ୟମାନେ ସାମିଲ ଅଛନ୍ତି। ସେବାୟତମାନେ ଏଭଳି ଦାବିପତ୍ର ଜିଲା ପ୍ରଶାସନକୁ ଦେବା ପରେ ପୁରୀରେ ରାଜନୈତିକ ପାଣିପାଗ ବଦଳିଯାଇଛି। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଗାମୀ ଦିନରେ କରିବାକୁ ଥିବା ରାଲିକୁ ଟାର୍ଗେଟ କରି ପ୍ରଶାସନ ସେବାୟତଙ୍କ ମାଧ୍ୟମରେ କ୍ଷେତ୍ର ପ୍ରସ୍ତୁତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସରକାରୀ ଦପ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ପୁରୀରେ ବିଶାଳ ଜନସମାଗମ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ରାଲିରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିରୋଧରେ ବର୍ଷିବେ। ଯଦି ଏଭଳି ହୁଏ, ତେବେ ପ୍ରଶାସନ ପାଇଁ ପରିକ୍ରମା ପ୍ରକଳ୍ପକୁ ନେଇ ଅଡ଼ୁଆ ବଢ଼ିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକେ ଅପରାଜିତାଙ୍କ ସହ ଯୋଡି ହେବା ପ୍ରଶାସନକୁ ଆହୁରି ଅସୁବିଧାରେ ପକାଉଛି। ବିଜେଡି ନେତାମାନେ ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କଡ଼ା ଭାବେ ବିରୋଧ କରୁଥିବା ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କଲେଣି। ପୁରୀର ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ନେତା ସବ୍ୟସାଚୀ ମହାପାତ୍ର ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ଅପରାଜିତାଙ୍କ ରାଲି ଦିନ ପ୍ରଶାସନ ସମ୍ପୂର୍ଣ୍ଣ ଅସହଯୋଗ କରିବ ବୋଲି ଆଭାସ ମିଳୁଛି। ସେହିଭଳି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଅନୁମତି ନ ଥାଇ ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି ମାତ୍ର ପଦଯାତ୍ରା ପାଇଁ ଅନୁମତି ମିଳୁନି। ମହାପ୍ରଭୁ ଏସବୁର ବିଚାର କରିବେ। ଅନ୍ୟପକ୍ଷରେ ଆସନ୍ତା ୨୭ରେ ହେବାକୁ ଥିବା ରାଲି ପାଇଁ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଭାଜପାର ଏକ ପ୍ରମୁଖ ଗୋଷ୍ଠୀ ଶନିବାର ବୈଠକ କରୁଥିଲେ। ବୈଠକ ସମ୍ପର୍କରେ ଜଣେ ନେତା କହିଛନ୍ତି, ପ୍ରଶାସନ ରାଲି ପ୍ରସ୍ତୁତିରେ ଥିବା ସମସ୍ତଙ୍କୁ ଟାର୍ଗେଟ କରୁଛି। ବୈଠକ ଦିନ ମଧ୍ୟ ବାହାରେ ପୋଲିସ ସାଦା ପୋଷାକରେ ଉପସ୍ଥିତ ଥିଲେ। ରାଲି ନ କରିବା ପାଇଁ ଧମକ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri