Posted inଜାତୀୟ

ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତୁତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୨ା୧୨: ଗତ ସପ୍ତାହରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାର ଇଣ୍ଡିଆ ବ୍ଲକ୍‌ ସଦସ୍ୟମାନେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସ୍ବାଧୀନ ସଦସ୍ୟ କପିଲ ସିବଲଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକର ୩୬ ଏମ୍‌ପି ଏନେଇ ଏକ ପିଟିଶନରେ ସ୍ବାକ୍ଷର କରିସାରିଲେଣି। ରାଜ୍ୟ ସଭାରେ ଇଣ୍ଡିଆ ବ୍ଲକ୍‌ର ୮୫ ଆସନ ଥିବାରୁ ଅବଶିଷ୍ଟ ସଦସ୍ୟଙ୍କ ସ୍ବାକ୍ଷର ସଂଗ୍ରହ ପରେ ଗୁରୁବାର ଏହି ପ୍ରସ୍ତାବ ଆଗତ ହୋଇପାରେ। ଅନ୍ୟପକ୍ଷେ ବିଚାରପତିଙ୍କ ମନ୍ତବ୍ୟକୁ ମଙ୍ଗଳବାର ସୁପ୍ରିମକୋର୍ଟ ସଂଜ୍ଞାନକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି।
ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଉଦ୍ଦିଷ୍ଟ ପିଟିଶନରେ ସ୍ବାକ୍ଷର କରିଥିବା ଅନ୍ୟ ପ୍ରମୁଖ ଏମ୍‌ପିମାନେ ହେଲେ କଂଗ୍ରେସର ଦିଗ୍‌ବିଜୟ ସିଂ, ଜୟରାମ ରମେଶ, ବିବେକ ତନ୍‌ଖା, ଆପ୍‌ର ସଞ୍ଜୟ ସିଂ, ଟିଏମ୍‌ସିର ସାକେତ ଗୋଖଲେ, ସାଗରିକା ଘୋଷ, ଆର୍‌ଜେଡିର ମନୋଜ ସିହ୍ନା, ଏସ୍‌ପିର ଜାଭେଦ ଅଲି ଖାନ୍‌, ସିପିଆଇଏମ୍‌ର ଜନ୍‌ ବ୍ରିଟ୍ଟାସ୍‌ ଏବଂ ସିପିଆଇର ସନ୍ତୋଷ କୁମାର। ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ଜଜେସ୍‌ (ଇନ୍‌କ୍ୱାରି) ଆକ୍ଟର ଧାରା ୩(୧)(ବି) ଏବଂ ସମ୍ବିଧାନର ଅନୁଚ୍ଛେଦ ୧୨୪(୪), ୧୨୪(୫) ବଳରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ବିରୋଧୀ ଶିବିର ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିବାଦୀୟ ମନ୍ତବ୍ୟ ବେଳର ଭିଡିଓ ଏବଂ ନ୍ୟୁଜ୍‌ ଲିଙ୍କ୍‌କୁ ପିଟିଶନରେ ସଂଲଗ୍ନ କରି ଦାଖଲ କରିବେ। ଇତିମଧ୍ୟରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ରୁହୁଲ୍ଲାହ ମେହଦିଙ୍କ ନେତୃତ୍ୱରେ କେତେଜଣ ଏମ୍‌ପି ଲୋକ ସଭାରେ ମଧ୍ୟ ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଘୋଷଣା କରିଛନ୍ତି। ସେପଟେ କ୍ୟାମ୍ପେନ୍‌ ଫର୍‌ ଜୁଡିସିଆଲ ଆକାଉଣ୍ଟେବିଲିଟି ଆଣ୍ଡ୍‌ ରିଫମର୍‌ସ (ସିଜେଏଆର୍‌) ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଏନେଇ ତଦନ୍ତ କରାଇବାକୁ ପତ୍ର ଲେଖିଥିବାବେଳେ ଏକ ଓକିଲ ସଂଘ ପକ୍ଷରୁ ତାଙ୍କ ବକ୍ତବ୍ୟକୁ ‘ଘୃଣା ମନ୍ତବ୍ୟ’ ଦର୍ଶାଯାଇ ନିନ୍ଦା କରାଯାଇଛି। ସିଜେଏଆର୍‌ କହିଛି, କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଯାଦବଙ୍କ ଯୋଗଦାନ ଏବଂ ବିବାଦୀୟ ମନ୍ତବ୍ୟ ନାଗରିକମାନଙ୍କ ମନରେ ନ୍ୟାୟପାଳିକାର ସ୍ବାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ଏହାର ସାମ୍ବିଧାନିକ ଜବାବ ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷେ ଜଷ୍ଟିସ୍‌ ଯାଦବଙ୍କୁ କେତେଜଣ ଭାଜପା ଏମ୍‌ପି ସମର୍ଥନ କରିଛନ୍ତି। ଯାଦବ ୨୦୨୬ରେ ଅବସର ନେବାକୁ ଥିବାବେଳେ ୨୦୨୭ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଅବସର ପରେ ଜଷ୍ଟିସ୍‌ ଯାଦବ ରାଜନୀତିରେ ଯୋଗଦେଇପାରନ୍ତି ବୋଲି ଅନେକେ ମନେକରୁଛନ୍ତି।

ମହାଭିଯୋଗ: କ’ଣ କହୁଛି ଆଇନ

ଜଜେସ୍‌ ଇନ୍‌କ୍ୱାରି ଆକ୍ଟ, ୧୯୬୮ ଅନୁସାରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ଲୋକ ସଭାର ଅନୂ୍ୟନ ୧୦୦ କିମ୍ବା ରାଜ୍ୟ ସଭାର ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।
ପ୍ରସ୍ତାବକୁ ଗ୍ରହଣ ବା ଅଗ୍ରାହ୍ୟ କରିବା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରେ। ଅଧ୍ୟକ୍ଷ ଯଦି ଗ୍ରହଣ କରନ୍ତି, ତେବେ ପ୍ରସ୍ତାବ ଉପରେ ତଦନ୍ତ ପାଇଁ ୨ ବିଚାରପତି ଓ ଜଣେ ଜୁରିଷ୍ଟଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ବିଚାରପତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ଏବଂ ଅନ୍ୟ ଜଣେ ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରହିବେ। ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭାର ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ। ଉଭୟ ଗୃହରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ଥିବାରୁ ଏହା ପାରିତ ହୋଇ ନ ପାରେ। ଅତୀତରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ୪ ଥର ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ୨ ଥର ମହାଭିଯୋଗ ପ୍ରସ୍ତାବ ଆଗତ ଉଦ୍ୟମ ହୋଇଥିଲା।

ବିବାଦୀୟ ବିଚାରପତି

ଡିସେମ୍ବର ୮ରେ ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଭିଏସ୍‌ପି ଲିଗାଲ ସେଲ୍‌ ପକ୍ଷରୁ ୟୁସିସି ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଷ୍ଟିସ୍‌ ଶେଖର କୁମାର ଯାଦବ ଏଥିରେ ସମ୍ବୋଧିତ କରି କହିଥିଲେ, ଭାରତ ସଂଖ୍ୟାବହୁଳଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବା ଉଚିତ। ସଂଖ୍ୟାବହୁଳ ଲୋକଙ୍କୁ ଖୁସି ଦେଇ ସେମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା ଆଇନ ପ୍ରଚଳିତ ହେବା ଆବଶ୍ୟକ। ଆମ ଶାସ୍ତ୍ର ଓ ବେଦରେ ଦେବୀ ରୂପେ ସ୍ବୀକୃତି ପାଇଥିବା ଜଣେ ମହିଳାଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ। ସେହିପରି ୪ ଜଣ ମହିଳାଙ୍କୁ ବିବାହ କରିବା କିମ୍ବା ୩ ତଲାକ୍‌ ଅଧିକାର ଦାବି କରାଯାଇପାରିବ ନାହିଁ।
୨୦୨୧ ସେପ୍ଟେମ୍ବରରେ ଜଷ୍ଟିସ୍‌ ଯାଦବ ଗାଈକୁ ସଂସଦ ଦ୍ୱାରା ଭାରତର ଜାତୀୟ ପ୍ରାଣୀ ମାନ୍ୟତା ଏବଂ ଏହାର ସୁରକ୍ଷାକୁ ହିନ୍ଦୁଙ୍କ ମୌଳିକ ଅଧିକାର ରୂପେ ସ୍ବୀକୃତି ପ୍ରଦାନ କରିବାକୁ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri