Posted inଜାତୀୟ

ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତୁତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୨ା୧୨: ଗତ ସପ୍ତାହରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାର ଇଣ୍ଡିଆ ବ୍ଲକ୍‌ ସଦସ୍ୟମାନେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସ୍ବାଧୀନ ସଦସ୍ୟ କପିଲ ସିବଲଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକର ୩୬ ଏମ୍‌ପି ଏନେଇ ଏକ ପିଟିଶନରେ ସ୍ବାକ୍ଷର କରିସାରିଲେଣି। ରାଜ୍ୟ ସଭାରେ ଇଣ୍ଡିଆ ବ୍ଲକ୍‌ର ୮୫ ଆସନ ଥିବାରୁ ଅବଶିଷ୍ଟ ସଦସ୍ୟଙ୍କ ସ୍ବାକ୍ଷର ସଂଗ୍ରହ ପରେ ଗୁରୁବାର ଏହି ପ୍ରସ୍ତାବ ଆଗତ ହୋଇପାରେ। ଅନ୍ୟପକ୍ଷେ ବିଚାରପତିଙ୍କ ମନ୍ତବ୍ୟକୁ ମଙ୍ଗଳବାର ସୁପ୍ରିମକୋର୍ଟ ସଂଜ୍ଞାନକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି।
ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଉଦ୍ଦିଷ୍ଟ ପିଟିଶନରେ ସ୍ବାକ୍ଷର କରିଥିବା ଅନ୍ୟ ପ୍ରମୁଖ ଏମ୍‌ପିମାନେ ହେଲେ କଂଗ୍ରେସର ଦିଗ୍‌ବିଜୟ ସିଂ, ଜୟରାମ ରମେଶ, ବିବେକ ତନ୍‌ଖା, ଆପ୍‌ର ସଞ୍ଜୟ ସିଂ, ଟିଏମ୍‌ସିର ସାକେତ ଗୋଖଲେ, ସାଗରିକା ଘୋଷ, ଆର୍‌ଜେଡିର ମନୋଜ ସିହ୍ନା, ଏସ୍‌ପିର ଜାଭେଦ ଅଲି ଖାନ୍‌, ସିପିଆଇଏମ୍‌ର ଜନ୍‌ ବ୍ରିଟ୍ଟାସ୍‌ ଏବଂ ସିପିଆଇର ସନ୍ତୋଷ କୁମାର। ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ଜଜେସ୍‌ (ଇନ୍‌କ୍ୱାରି) ଆକ୍ଟର ଧାରା ୩(୧)(ବି) ଏବଂ ସମ୍ବିଧାନର ଅନୁଚ୍ଛେଦ ୧୨୪(୪), ୧୨୪(୫) ବଳରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ବିରୋଧୀ ଶିବିର ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିବାଦୀୟ ମନ୍ତବ୍ୟ ବେଳର ଭିଡିଓ ଏବଂ ନ୍ୟୁଜ୍‌ ଲିଙ୍କ୍‌କୁ ପିଟିଶନରେ ସଂଲଗ୍ନ କରି ଦାଖଲ କରିବେ। ଇତିମଧ୍ୟରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ରୁହୁଲ୍ଲାହ ମେହଦିଙ୍କ ନେତୃତ୍ୱରେ କେତେଜଣ ଏମ୍‌ପି ଲୋକ ସଭାରେ ମଧ୍ୟ ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଘୋଷଣା କରିଛନ୍ତି। ସେପଟେ କ୍ୟାମ୍ପେନ୍‌ ଫର୍‌ ଜୁଡିସିଆଲ ଆକାଉଣ୍ଟେବିଲିଟି ଆଣ୍ଡ୍‌ ରିଫମର୍‌ସ (ସିଜେଏଆର୍‌) ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଏନେଇ ତଦନ୍ତ କରାଇବାକୁ ପତ୍ର ଲେଖିଥିବାବେଳେ ଏକ ଓକିଲ ସଂଘ ପକ୍ଷରୁ ତାଙ୍କ ବକ୍ତବ୍ୟକୁ ‘ଘୃଣା ମନ୍ତବ୍ୟ’ ଦର୍ଶାଯାଇ ନିନ୍ଦା କରାଯାଇଛି। ସିଜେଏଆର୍‌ କହିଛି, କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଯାଦବଙ୍କ ଯୋଗଦାନ ଏବଂ ବିବାଦୀୟ ମନ୍ତବ୍ୟ ନାଗରିକମାନଙ୍କ ମନରେ ନ୍ୟାୟପାଳିକାର ସ୍ବାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ଏହାର ସାମ୍ବିଧାନିକ ଜବାବ ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷେ ଜଷ୍ଟିସ୍‌ ଯାଦବଙ୍କୁ କେତେଜଣ ଭାଜପା ଏମ୍‌ପି ସମର୍ଥନ କରିଛନ୍ତି। ଯାଦବ ୨୦୨୬ରେ ଅବସର ନେବାକୁ ଥିବାବେଳେ ୨୦୨୭ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଅବସର ପରେ ଜଷ୍ଟିସ୍‌ ଯାଦବ ରାଜନୀତିରେ ଯୋଗଦେଇପାରନ୍ତି ବୋଲି ଅନେକେ ମନେକରୁଛନ୍ତି।

ମହାଭିଯୋଗ: କ’ଣ କହୁଛି ଆଇନ

ଜଜେସ୍‌ ଇନ୍‌କ୍ୱାରି ଆକ୍ଟ, ୧୯୬୮ ଅନୁସାରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ଲୋକ ସଭାର ଅନୂ୍ୟନ ୧୦୦ କିମ୍ବା ରାଜ୍ୟ ସଭାର ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।
ପ୍ରସ୍ତାବକୁ ଗ୍ରହଣ ବା ଅଗ୍ରାହ୍ୟ କରିବା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରେ। ଅଧ୍ୟକ୍ଷ ଯଦି ଗ୍ରହଣ କରନ୍ତି, ତେବେ ପ୍ରସ୍ତାବ ଉପରେ ତଦନ୍ତ ପାଇଁ ୨ ବିଚାରପତି ଓ ଜଣେ ଜୁରିଷ୍ଟଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ବିଚାରପତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ଏବଂ ଅନ୍ୟ ଜଣେ ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରହିବେ। ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭାର ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ। ଉଭୟ ଗୃହରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ଥିବାରୁ ଏହା ପାରିତ ହୋଇ ନ ପାରେ। ଅତୀତରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ୪ ଥର ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ୨ ଥର ମହାଭିଯୋଗ ପ୍ରସ୍ତାବ ଆଗତ ଉଦ୍ୟମ ହୋଇଥିଲା।

ବିବାଦୀୟ ବିଚାରପତି

ଡିସେମ୍ବର ୮ରେ ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଭିଏସ୍‌ପି ଲିଗାଲ ସେଲ୍‌ ପକ୍ଷରୁ ୟୁସିସି ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଷ୍ଟିସ୍‌ ଶେଖର କୁମାର ଯାଦବ ଏଥିରେ ସମ୍ବୋଧିତ କରି କହିଥିଲେ, ଭାରତ ସଂଖ୍ୟାବହୁଳଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବା ଉଚିତ। ସଂଖ୍ୟାବହୁଳ ଲୋକଙ୍କୁ ଖୁସି ଦେଇ ସେମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା ଆଇନ ପ୍ରଚଳିତ ହେବା ଆବଶ୍ୟକ। ଆମ ଶାସ୍ତ୍ର ଓ ବେଦରେ ଦେବୀ ରୂପେ ସ୍ବୀକୃତି ପାଇଥିବା ଜଣେ ମହିଳାଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ। ସେହିପରି ୪ ଜଣ ମହିଳାଙ୍କୁ ବିବାହ କରିବା କିମ୍ବା ୩ ତଲାକ୍‌ ଅଧିକାର ଦାବି କରାଯାଇପାରିବ ନାହିଁ।
୨୦୨୧ ସେପ୍ଟେମ୍ବରରେ ଜଷ୍ଟିସ୍‌ ଯାଦବ ଗାଈକୁ ସଂସଦ ଦ୍ୱାରା ଭାରତର ଜାତୀୟ ପ୍ରାଣୀ ମାନ୍ୟତା ଏବଂ ଏହାର ସୁରକ୍ଷାକୁ ହିନ୍ଦୁଙ୍କ ମୌଳିକ ଅଧିକାର ରୂପେ ସ୍ବୀକୃତି ପ୍ରଦାନ କରିବାକୁ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri