ଦିଗପହଣ୍ଡିରେ ବିଶ୍ୱ ଶ୍ରମିକ ଦିବସ ପାଇଁ ପ୍ରସ୍ତୁତି ବୈଠକ: ନିଆଗଲା ବଡ଼ ନିଷ୍ପତ୍ତି

ଦିଗପହଣ୍ଡି,୧୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ଆସନ୍ତା ମେ’ ୧ ତାରିଖରେ ବିଶ୍ୱ ଶ୍ରମିକ ଦିବସ ପାଳନ ପାଇଁ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଶିବ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଶ୍ରମିକ ସଙ୍ଗଠନ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ବିଶ୍ୱ ଶ୍ରମିକ ଦିବସ ମହାଆଡମ୍ବର ସହକାରେ ପାଳନ କରାଯିବା ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଆୟୋଜିତ ଶ୍ରମିକ ସମାବେଶରେ ଉକ୍ତଦିନ ସକାଳ ୧୦ ଟାରେ ଲାଲ ପତାକା ଉତ୍ତୋଳନ କରାଯିବା ପରେ ସଭା ଅନୁଷ୍ଠିତ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।ସଂଘର ଉପଦେଷ୍ଟା ତଥା ଆଇନଜୀବୀ କୁରେଶୁ ପଣ୍ଡା, ସମ୍ପାଦକ ସୁଦାମ ସେଠୀ, କଂଗ୍ରେସ ସେଠୀ, କୋଷାଧ୍ୟକ୍ଷ ଉପେନ୍ଦ୍ର ବେହେରା, ଶିବରାମ ସାହୁ ଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share