ମେକ୍ସିକୋ ଜଙ୍ଗଲରେ ପ୍ରସ୍ତୁତି

ମେକ୍ସିକୋ ସିଟି,୮ା୪: ମେକ୍ସିକୋର ୟୁକାଟନ୍‌ ଜଙ୍ଗଲରେ ରାତି ପାହିବା ପରେ ପ୍ରାଣୀ ଚିକିତ୍ସକ ଓମାର ଗ୍ରାସିଆ ଏକ ବାଦୁଡ଼ି ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଏଡ଼ାଇବା ପାଇଁ ଚାଲିଥିବା ଗବେଷଣାର ଏହା ହେଉଛି ଏକ ଅଂଶବିଶେଷ। ଏହି ପ୍ରୋଜେକ୍ଟର ଲକ୍ଷ୍ୟ ହେଉଛି ବିଷୁବମଣ୍ଡଳୀୟ ଜଳବାୟୁରେ ଜୁନୋସେସ୍‌ ଭଳି ରୋଗଗୁଡ଼ିକୁ ଚିହ୍ନଟ କରିବା। କରୋନା ମହାମାରୀ ସଂକ୍ରମଣ ପାଇଁ ବାଦୁଡ଼ିକୁ ଦାୟୀ କରାଯାଉଥିବାରୁ ଏହା ଉପରେ ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କ ଫୋକସ୍‌ ରହିଛି। କାରଣ ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ମହାମାରୀର ଗମ୍ଭୀର ପ୍ରଭାବ ପଡ଼ିଥାଏ ବୋଲି ଜୈବିବିଜ୍ଞାନୀ ମାରିଆ ଜୋସ୍‌ ଟୋଲ୍‌ସା କହିଛନ୍ତି।

Share