ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ ମାଡି ଆସୁଛି। ସ୍ଥାନୀୟ ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ନେଇ ବିଭିନ୍ନ ସମୟରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ହେଲେ କେହି ସେମାନଙ୍କ ସମସ୍ୟାର ସମାଧାନ କରୁନାହାନ୍ତି।
୨୦ ପରିବାରର ୧୦୯ ଲୋକଙ୍କୁ ନେଇ ପୁଟୁବାରୀ ଗାଁ ଗଠିତ। ଏଠାକାର ବାସିନ୍ଦା ଦଳିତ ସମ୍ପ୍ରଦାୟର। କୁଲା, ବାଉଁଶିଆ, ଝୁଡି, ଡାଲା ଆଦି ବାଉଁଶ ଉପକରଣ ତିଆରି କରିବା ଏମାନଙ୍କର ବେଉସା। ନିକଟସ୍ଥ ଅଞ୍ଚଳରେ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ରାସ୍ତା ଓ ପାନୀୟ ଜଳ ସମସ୍ୟା ଗାଁରେ ଲାଗି ରହିଛି। ଗାଁରେ ପୂର୍ବରୁ ୨ଟି ନଳକୂପ ଥିଲା। ୨ ବର୍ଷ ତଳେ ଏକ ନନ୍ଦ କୂଅ ଖୋଳାଯାଇଛି। ନନ୍ଦକୂଅର ଜଳ ପାନୀୟ ଉପଯୋଗୀ ହୋଇଥିଲେ ହେଁ ଏହାସବୁ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଶୀତ ଋତୁରେ କୂଅ ଶୁଖିଲା ପଡୁଛି। ଗ୍ରୀଷ୍ମ ଋତୁରେ ନନ୍ଦ କୂଅ କାମରେ ଲାଗୁନି। ଅନ୍ୟପକ୍ଷେ ୨ ନଳକୂପର ଜଳ ଫ୍ଲୋରାଇଡ୍‌ ଯୁକ୍ତ। ଗାଁ ଲୋକଙ୍କର ଆଣ୍ଠୁ, ଗଣ୍ଠି, ପାଦ, ଗୋଇଠି ବିନ୍ଧା ହେବା ସହ ଛୋଟ ଛୋଟ ପିଲାଙ୍କ ଦାନ୍ତ କସରା ରଙ୍ଗ ପରେ ପାନୀୟ ଜଳକୁ ନେଇ ସନ୍ଦେହ ହୋଇଥିଲା। ପାନୀୟ ଜଳ ପରୀକ୍ଷଣ ପରେ ଏଥିରେ ଅଧିକ ଫ୍ଲୋରାଇଡ୍‌ ଥିବା ଜଣାପଡିଥିଲା। ଜଗନ୍ନାଥ ପରିଚ୍ଛାଙ୍କ ସୂଚନା ଅନୁସାରେ, ଆମ ଗାଁରେ ପୂର୍ବରୁ ନଳକୂପ ନ ଥିଲା। କୂଅରୁ ପାଣି ବ୍ୟବହାର କରୁଥିଲୁ। ହେଲେ କେହି ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ ହୋଇ ନ ଥିଲେ। ଧୀରେ ଧୀରେ ଜଳସ୍ତର ହ୍ରାସ ଯୋଗୁ ପାନୀୟ ଜଳ ସଙ୍କଟ ଦେଖାଦେବାରୁ ନଳକୂପ ଉପରେ ନିର୍ଭର କଲୁ। କୂଅ ବ୍ୟବହାର ନ କରିବାରୁ କାଳକ୍ରମେ ପୋତି ହୋଇଗଲା। ଯଦିଓ ପାନୀୟ ଜଳରେ ଅସୁବିଧା ହୋଇ ନ ଥିଲା ତେବେ ଫ୍ଲୋରୋସିସ ରୋଗ ଆମ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ସୁରେନ୍ଦ୍ର ମନ୍ତ୍ରୀ କୁହନ୍ତି, ପୂଜା ଗନ୍ତାୟତ(୯), ବାଦଲ ଗନ୍ତାୟତ(୧୦), ଆକାଶ ବେହେରା(୧୦), ଗୌତମ ମନ୍ତ୍ରୀ(୧୩), ଶକ୍ତି ମନ୍ତ୍ରୀ (୧୨) ପ୍ରମୁଖ ପିଲାଙ୍କ ଦାନ୍ତ ଫ୍ଲୋରୋସିସ ରୋଗରେ ଆକ୍ରାନ୍ତ। ସରକାର ଯଦି ଗାଁ ପାଇଁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରନ୍ତେ ତେବେ ପ୍ଲୋରାଇଡ୍‌ ଯୁକ୍ତ ପାଣି ପିଇବାରୁ ମୁକ୍ତି ମିଳନ୍ତା। ପାନୀୟ ଜଳର ଅଭାବ କାରଣରୁ ଲୋକେ ବାଧ୍ୟ ହୋଇ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଉଛନ୍ତି। ସେହିପରି ଆମ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଜମିର ହୁଡାକୁ ରାସ୍ତା ଭାବେ ବ୍ୟବହାର କରି ଯାତାୟାତ କରୁଛୁ। ଗାଁର ମହିଳାମାନେ ପାନୀୟଜଳ ଓ ରାସ୍ତା ସମସ୍ୟା ନେଇ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri