ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ ଚମତ୍କାର ଅଭିନୟ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ବାଲାଜୀ ପାଢ଼ୀଙ୍କର ସାନ ଝିଅ। ଏବେ ସେ ସରସ୍ବତୀ ଶିଶୁ ମନ୍ଦିର ଦଶମ ଶ୍ରେଣୀ ଛାତ୍ରୀ। ପିଲାଦିନରୁ କଳା ଓ ନୃତ୍ୟ ପ୍ରତି ଆଗ୍ରହ ବଢୁଥିବା ଯୋଗୁ ସେ ବହୁତ ସ୍କୁଲ, କଲେଜ ରେ ଆକର୍ଷଣ ନୁର୍ତ୍ୟ କରି ସମସ୍ତ ଙ୍କ ପ୍ରିୟଭାଜନ ହୋଇଛନ୍ତି। ଗଞ୍ଜାମ ସହରର ସ୍ବେଛାସେବୀ ତଥା ପୂର୍ବତନ ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ପ୍ରଯୋଜନାରେ ଏହି ଆଲବମ ସ୍ଥାନୀୟ ପୋତାଗଡ଼ ଓ ଗୋପାଳପୁରଠାରେ ଶୁଟିଂ କରାଯାଇଛି। ଏଥିରେ ଅସୀମା ପଣ୍ଡା, ତାରିକ ଅଜିଜ କଣ୍ଠଦାନ କରିଥିବା ବେଳେ ଜିତୁ ରାଉଳ ଫଟୋ ଉତ୍ତୋଳନ କରିଥିଲେ ।

Share