ଆମେରିକାରେ ରହି ଚାଷ କରୁଛନ୍ତି ଏହି ନାୟିକା

ଲସ୍‌ ଆଞ୍ଜେଲସ୍‌: ବଲିଉଡ୍‌ର ଡିମ୍ପଲ ଗର୍ଲ ପ୍ରିତି ଜିଣ୍ଟା ଏବେ ବିଦେଶରେ ରହୁଛନ୍ତି। ଏହି ବିବାହିତା ନାୟିକା ଜଣକ ଆମେରିକାର ଲସ୍‌ ଆଞ୍ଜେଲସରେ ରହୁଥିବା ବେଳେ ସେଠାରେ ସେ ଚାଷ କରୁଥିବା ଜଣାପଡିଛି। ନିକଟରେ ପ୍ରିତି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ସେ ଆମେରିକାରେ ରହି ଚାଷ କରୁଥିବା ଦେଖାଯାଇଛି। ଏହାସହ ସେ ଲେଖିଛନ୍ତି କି ଜୀବନରେ କେବେ ଚାଷ କରିବା କଥା ଚିନ୍ତା କରି ନ ଥିବା ବେଳେ ଏବେ ମୋତେ ବହୁତ ଖୁସି ଲାଗୁଛି। ମୁଁ ଧରିତ୍ରୀ ମା’ର ଏତେ ନିକଟକୁ ଆସିଥିବାରୁ ଗର୍ବ ଅନୁଭବ କରୁଛି। ଏଥିସହ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କି ତାଙ୍କ ମା’ଙ୍କଠାରୁ ସେ ପନିପରିବା ଚାଷ ସମ୍ପର୍କରେ କିଛି ଜାଣିଥିଲେ। ଘରେ କେମିତି ପନିପରିବା ଚାଷ କରାଯାଏ ସେ କଥା ସେ ମାଆଙ୍କଠାରୁ ଶିଖିଥିଲେ। ଆଉ ଏବେ ଏହିକାମ ସେ ନିଜେ କରିଥିବାରୁ ତାଙ୍କୁ ଖୁସି ଲାଗୁଥିବା ସେ କହିଛନ୍ତି।

Share