ନୂଆଦିଲ୍ଲୀ,୨୪।୭: ଆଇପିଏଲ୍ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ କିଙ୍ଗ୍ସ ଯାଇପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯଦି ଏହା ହୁଏ ତେବେ ଆଇପିଏଲ୍ ପୂର୍ବରୁ ଗୁଜରାଟକୁ ଆଉ ଏକ ବଡ ଝଟ୍କା ଲାଗିପାରେ। ଗୁଜରାଟ କୋଚ୍ ଆଶୀଷ ନେହେରା ପୂର୍ବରୁ ଦଳ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି। ଏବେ ଗିଲଙ୍କୁ ନେଇ ସେଭଳି କିଛି ଅନୁମାନ କରାଯାଉଛି।
ଆପଣ ଭାବୁଥିବେ ଚର୍ଚ୍ଚା ପଛର କାରଣ କ’ଣ। ତେବେ ପଞ୍ଜାବ କିଙ୍ଗ୍ସର କୋ-ଓନର ପ୍ରୀତି ଜିଣ୍ଟାଙ୍କ ସହ ଗିଲଙ୍କ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସେ ବ୍ୟାଟ୍ ବୁଲାଉଥିବା ଦେଖାଯାଉଛି। ଭିଡିଓକୁ ପ୍ରୀତି ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁବ୍ଶୀଘ୍ର ସେ ଏଥିନେଇ ସମସ୍ତଙ୍କ ସହ ସୂଚନା ବାଣ୍ଟିବେ ବୋଲି କହିଛନ୍ତି।
ତେବେ ଭିଡିଓଟି ପ୍ରୀତିଙ୍କ ଏକ ପ୍ରୋଜେକ୍ଟର, ଯେଉଁଥିରେ ସେ ଗିଲଙ୍କ ସହ କାମ କରୁଛନ୍ତି। ଏହି ପ୍ରୋଜେକ୍ଟରେ କ୍ରିକେଟ ଏବଂ ଫିଟ୍ନେସର ମିଶ୍ରଣ ଦେଖିବାକୁ ମିଳିବ। ଏଣୁ କ’ଣ ଏହି ପ୍ରୋଜେକ୍ଟ ଭଳି ପ୍ରୀତିଙ୍କ ପଞ୍ଜାବଙ୍କୁ ଗିଲ୍ ଚାଲିଯିବେ ବୋଲି କୁହାଯାଉଛି।
କହିରଖୁଛୁ, ଗିଲ୍ ଏବେ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଅଛନ୍ତି। ତାଙ୍କୁ ଫ୍ରାଞ୍ଚାଇଜ ଆଇପିଏଲ୍ ୨୦୨୪ ସମୟରେ ଅଧିନାୟକ କରିଥିଲା। ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଆଇପିଏଲ୍ର ଗ୍ରୁପ୍ ଷ୍ଟେଜ୍ ଖେଳି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।
View this post on Instagram


