Posted inଖେଳ

ଆଇପିଏଲ୍‌ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍‌କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ କିଙ୍ଗ୍ସ ଯାଇପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଯଦି ଏହା ହୁଏ ତେବେ ଆଇପିଏଲ୍‌ ପୂର୍ବରୁ ଗୁଜରାଟକୁ ଆଉ ଏକ ବଡ ଝଟ୍‌କା ଲାଗିପାରେ। ଗୁଜରାଟ କୋଚ୍‌ ଆଶୀଷ ନେହେରା ପୂର୍ବରୁ ଦଳ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି। ଏବେ ଗିଲଙ୍କୁ ନେଇ ସେଭଳି କିଛି ଅନୁମାନ କରାଯାଉଛି।

ଆପଣ ଭାବୁଥିବେ ଚର୍ଚ୍ଚା ପଛର କାରଣ କ’ଣ। ତେବେ ପଞ୍ଜାବ କିଙ୍ଗ୍ସର କୋ-ଓନର ପ୍ରୀତି ଜିଣ୍ଟାଙ୍କ ସହ ଗିଲଙ୍କ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସେ ବ୍ୟାଟ୍‌ ବୁଲାଉଥିବା ଦେଖାଯାଉଛି। ଭିଡିଓକୁ ପ୍ରୀତି ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଖୁବ୍‌ଶୀଘ୍ର ସେ ଏଥିନେଇ ସମସ୍ତଙ୍କ ସହ ସୂଚନା ବାଣ୍ଟିବେ ବୋଲି କହିଛନ୍ତି।

ତେବେ ଭିଡିଓଟି ପ୍ରୀତିଙ୍କ ଏକ ପ୍ରୋଜେକ୍ଟର, ଯେଉଁଥିରେ ସେ ଗିଲଙ୍କ ସହ କାମ କରୁଛନ୍ତି। ଏହି ପ୍ରୋଜେକ୍ଟରେ କ୍ରିକେଟ ଏବଂ ଫିଟ୍‌ନେସର ମିଶ୍ରଣ ଦେଖିବାକୁ ମିଳିବ। ଏଣୁ କ’ଣ ଏହି ପ୍ରୋଜେକ୍ଟ ଭଳି ପ୍ରୀତିଙ୍କ ପଞ୍ଜାବଙ୍କୁ ଗିଲ୍‌ ଚାଲିଯିବେ ବୋଲି କୁହାଯାଉଛି।

କହିରଖୁଛୁ, ଗିଲ୍‌ ଏବେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଅଛନ୍ତି। ତାଙ୍କୁ ଫ୍ରାଞ୍ଚାଇଜ ଆଇପିଏଲ୍‌ ୨୦୨୪ ସମୟରେ ଅଧିନାୟକ କରିଥିଲା। ଗିଲଙ୍କ ଅଧିନାୟକତ୍ୱରେ ଗୁଜରାଟ ଆଇପିଏଲ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।

 

View this post on Instagram

 

A post shared by Preity G Zinta (@realpz)


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri