ରୋଷେଇ ଶିଖୁଛନ୍ତି ସୋନମ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ଏହାସହ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ବେଳେବେଳେ ପ୍ରଶଂସକଙ୍କ ସହ ତାଙ୍କର କିଛି ଫଟୋ ଓ ଭିଡିଓ ଶେୟାର କରୁଛନ୍ତି । ନିକଟର ସେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଲଣ୍ଡନର ଏକ ହୋଟେଲରେ ଶେଫଙ୍କଠାରୁ ଡେଜର୍ଟ ତିଆରି କରିବା ଶିଖୁଛନ୍ତି । ପ୍ରଶଂସକ ଏହି ଭିଡିଓକୁ ଖୁବ୍ ଲାଇକ୍ କରୁଛନ୍ତି ।
ସୋନମ ଜଣେ ଶେଫଙ୍କ ସହ ତାଙ୍କ ମନ ପସନ୍ଦର ଡେଜର୍ଟ ଗୋଲଡନ ହେଜଲନଟ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ସୋନମଙ୍କୁ ଏହି ପ୍ରେଗ୍ନେସି ଟାଇମରେ ଯାହା ଖାଇବାକୁ ପସନ୍ଦ ଆସୁଛି ସେ ତାହା ନିଜେ ପ୍ରସ୍ତୁତ କରି ଖାଉଥିବା କହିଛନ୍ତି । ଏହି ଭିଡିଓକୁ ଶେୟାର କରି ସୋନମ ଲେଖିଛନ୍ତି, ମୁଁ ପ୍ରେଗ୍ନେସି ସମୟରେ ଅମରୟକ୍ସସମଶକ୍ସକ୍ଟକ୍ଷରଗ୍ଧ ଗୁଡସ୍ ଖାଉଛି । ଫ୍ୟାନ୍ସ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ରେ ସୋନମ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଏକ ଫଟୋ ଶେୟାର କରି ସେ ପ୍ରେଗ୍ନେଟ ଥିବା ଖବର ଦେଇଥିଲେ । ଯେଉଁଥିରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ କୋଳରେ ଶୋଇ ବେବି ବମ୍ପ ଫ୍ଲାଟର୍ନ କରିଥିବା ଦେଖାଯାଇଥିଲା । ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ସେ ଲଣ୍ଡନରେ ରହୁଛନ୍ତି ଓ ୪ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ।

Share