କରୀନାଙ୍କୁ ମାଲିସ କରୁଛନ୍ତି ତାଙ୍କ ମା’: ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଧିକାଂଶ ସମୟ ସେ ତାଙ୍କ ପରିବାର ସହିତ ବିତାଉଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା କରୀନା ନିକଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ମା’ଙ୍କ ହାତ ମସାଜକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। କରୀନା ଉକ୍ତ ଫଟୋର କ୍ୟାପସନରେ ଲେଖିଛନ୍ତି, ମାତାର ହାତ…ମସାଜ। କ୍ୟାପସନ ସାମ୍ନାରେ କରୀନା ଦୁଇଟି ହୃଦୟ ଇମୋଜି ମଧ୍ୟ ଦେଇଛନ୍ତି। ଫଟୋରେ କରୀନା ସୋଫାରେ ଗାଉନ ପିନ୍ଧି ବସିଥିବାର ନଜର ଆସିଛନ୍ତି ଏବଂ ତାଙ୍କ ମା’ କରୀନାଙ୍କ ମୁଣ୍ଡକୁ ଚାପି ଦେଉଥିବା ଦେଖିବାକୁ ମିଳିଛି। ୩ ଲକ୍ଷରୁ ଅଧିକ ଲୋକ କରୀନାଙ୍କ ଏହି ଚିତ୍ରକୁ ଲାଇକ କରିଛନ୍ତି। ସେହିପରି ଅଭିନେତ୍ରୀ ମଲାଇକା ଆରୋରା, ଅମୃତା ଆରୋରା, ରିଦ୍ଧିମା କପୁର ଏବଂ ପୁଣାମ ଦାମନିଆ ପ୍ରମୁଖ ଏହି ଫଟୋରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share