ଶେଷରେ ପ୍ରେମିକଙ୍କ ମୁହଁ ଦେଖାଇଲେ ଇଲିଆନା

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁ ଦେଖାଇଛନ୍ତି। ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ପ୍ରେମିକାଙ୍କ ସହ ‘ଡେଟ୍‌ ନାଇଟ୍‌’ର ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି।
ଇଲିଆନା ତାଙ୍କ ପ୍ରେମିକଙ୍କ ସହିତ ଇନଷ୍ଟାଗ୍ରାମ ଷ୍ଟାଟସରେ ଏକ ହାର୍ଟ ଇମୋଜି ସହିତ ଫଟୋଗୁଡିକ ଶେୟାର କରିଥିରେ। ଫଟୋଗୁଡ଼ିକରେ ଇଲିଆନା ଏକ ଲାଲ ଡ୍ରେସ୍‌ରେ ନଜର ଆସିଥିବାବେଳେ ତାଙ୍କ ପ୍ରେମିକ କଳା ଶର୍ଟରେ ଦେଖିବାକୁ ମିଳେ। ପ୍ରେମିକଙ୍କ ସହ ଇଲିଆନା ବହୁତ ଖୁସି ଦେଖାଯାଉଛନ୍ତି ଏବଂ ତାଙ୍କ ମୁହଁରେ ଗର୍ଭଧାରଣର ଗ୍ଲୋ ମଧ୍ୟ ଦେଖାଯାଉଛି।
ଯଦିଓ ଇଲିଆନା ତାଙ୍କ ମିଷ୍ଟ୍ରିମ୍ୟାନ୍‌ଙ୍କ ଚେହେରାକୁ ପ୍ରକାଶ କରିଛନ୍ତି, ସେ କିଏ ଏବଂ ସେ କଣ କରୁଛନ୍ତି ତାହା ପ୍ରକାଶ କରି ନାହାଁନ୍ତି। କୌତୁହଳର ବିଷୟ, ଇଲିଆନା କ୍ୟାଟ୍ରିନା କୈଫଙ୍କ ଭାଇ ସେବାଷ୍ଟିଆନ ଲୌରେଣ୍ଟଙ୍କୁ ଡେଟ କରୁଛନ୍ତି ବୋଲି ଗୁଜବ ଚାଲିଥିଲା, କିନ୍ତୁ ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କ ସହ ଫଟୋ ଶେୟାର କରିବା ପରେ ବର୍ତ୍ତମାନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିଛି।

 

Share