କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କିଛି ମାସ ପୂର୍ବେ ଅନୁଷ୍କା ଘୋଷଣା କରିଥିଲେ ଯେ, ସେ ୨୦୨୧ରେ ନିଜ ସନ୍ତାନକୁ ଜନ୍ମ ଦେବେ। ତେବେ ଗର୍ଭାବସ୍ତାରେ ଅନୁଷ୍କା ବହୁତ ଆକ୍ରିଭ୍‌ ଅଛନ୍ତି। କିଛି ଦିନ ତଳେ ସେ ଶୁଟିଂ ମଧ୍ୟ କରୁଥିଲେ। ଧାର୍ଯ୍ୟ ସମୟ ପୂର୍ବରୁ ଅନୁଷ୍କା ନିଜର ସମସ୍ତ କାମ ଶେଷ କରିବାକୁ ଚାହୁଁଛନ୍ତି। କାରଣ ସେ ନିଜ ସନ୍ତାନ ସହ ଅଧିକ ସମୟ ବିତାଇ ପାରିବେ। ଏବେ ତାଙ୍କୁ ଡେଣ୍ଟାଲ କ୍ଲିନିକ୍‌ ବାହାରେ ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଏହି ଫଟୋରେ ଅନୁଷ୍କା କଳା ରଙ୍ଗର ଏକ ଢିିଲା ପୋଷାକ ପିନ୍ଧିଥିବା ବେଳେ ଧଳା ରଙ୍ଗର ଏକ ମାସ୍କ ଲଗାଇଛନ୍ତି।
ଅନୁଷ୍କା-ବିରାଟ ଖୁବ୍‌ ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି।

Share