ଚିକିତ୍ସା ଅଭାବରୁ ଆଖି ବୁଜିଲେ ପ୍ରସୂତି-ଶିଶୁକନ୍ୟା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ଅଭାବରୁ ଜଣେ ପ୍ରସୂତି ଏବଂ ଜନ୍ମିତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ଦଳିତ ସାହିର ନମିତା ନାୟକ(୩୫) ଏବଂ ତାଙ୍କ ନବଜାତକ ଶିଶୁକନ୍ୟା ।

ସୂଚନାନୁଯାୟୀ, ନମିତା ଗର୍ଭବତୀ ଥିବା ବେଳେ ସାମୀ ସୁରେନ୍ଦ୍ର ନାୟକ କିଛିମାସ ପୂର୍ବେ ଦାଦନ ଶ୍ରମିକ ଭାବେ ମୁମ୍ବାଇ ଯାଇଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଅଟୋ ଯୋଗେ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଉପସ୍ଥିତ ଡାକ୍ତର ଯନ୍ତ୍ରଣା ଉପଶମ ପାଇଁ ମେଡିସିନ ଦେଇଥିଲେ। କିନ୍ତୁ ଯନ୍ତ୍ରଣା କମି ନଥିଲା। ପରେ ତାଙ୍କୁ ପ୍ରସବ କରାଯାଇଥିଲା। ତାଙ୍କର ଏକ ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ରାତି ପ୍ରାୟ ୧୧ ଟାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ଗାଁକୁ ଖବର ଦେଇଥିଲେ। ବିଳମ୍ବିତ ରାତିରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଚିକିତ୍ସା ଅଭାବରୁ ଦୁଇ ଦୁଇଟି ଜୀବନ ଚାଲିଯାଇଛି। ଏହାକୁ ନେଇ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ପଞ୍ଚାୟତ ନାଏବ ସରପଞ୍ଚ ଜୟନ୍ତି ନାୟକ,ସାମାଜିକ କର୍ମୀ ରାମକୃଷ୍ଣ ନାୟକ ଏବଂ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବାହନ ଦାସଙ୍କୁ ପଚାରିବାରୁ ସୋମବାର ସେ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ଥିଲେ। ସେ ଏନେଇ କିଛି ଜାଣି ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି କର୍ମଚାରୀ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ, ଏଥିପାଇଁ ଦୋଷୀ କିଏ? ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ଜିତି ନେତୃତ୍ୱ ନେଇଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରରେ...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

ଥାନା ଘେରିଲେ ଗ୍ରାମବାସୀ, ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅମରପାଲି,୧୨।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡମାଳ ଗ୍ରାମବାସୀ ଥାନା ଘେରିଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ ନାମରେ ପଡୋଶୀ ଗ୍ରାମର ଜଣେ ବ୍ୟକ୍ତି...

ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri