ଗର୍ଭବତୀଙ୍କ ରିପୋର୍ଟ ପଜିଟିଭ୍‌:‌ କ୍ୱାରାଣ୍ଟାଇନ୍‌ରେ ରହିଲେ ୬୦

ଢେଙ୍କାନାଳ ଅଫିସ, ୧୯ା୭-ଢେଙ୍କାନାଳ ସହରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏହାପରେ ପୌରସଂସ୍ଥା ପକ୍ଷରୁ ରବିବାର ସହରରେ ଥିବା ୮ ନର୍ସିଂହୋମ୍‌, କ୍ଲିନିକ ଏବଂ ଔଷଧ ଦୋକାନକୁ ସିଲ୍‌ କରାଯାଇଛି। ଏଥିସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ଷ୍ଟାଫ୍‌ନର୍ସ, କର୍ମଚାରୀଙ୍କ ସମେତ ୬୦ଜଣଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସିଲ୍‌ ହୋଇଥିବା କ୍ଲିନିକ୍‌ଗୁଡ଼ିକ ମଧ୍ୟରେ ଜଗନ୍ନାଥ, ସାଇ, ଦିଶା, ଦିପାଳୀ, ତୁଳସୀ ଅଛନ୍ତି। ସେହିପରି ଚନ୍ଦନବଜାର ଓ ଗୁଡିଆନାଳୀ ଅଞ୍ଚଳରେ ଥିବା ୨ଟି ଅଲଟ୍ରାସାଉଣ୍ଡ୍‌ ସେଣ୍ଟର ଏବଂ ଗୋଟିଏ ଔଷଧ ଦୋକାନକୁ ମଧ୍ୟ ସିଲ୍‌ କରାଯାଇଥିବା ପୌରସଂସ୍ଥା ଯନ୍ତ୍ରୀ ରଶ୍ମିତା ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ମହିଳା ଜଣକ ପ୍ରସବ ଲାଗି ଜଗନ୍ନାଥ ଘରୋଇ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାବ୍‌ ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର...

ଗିରଫ ପରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମନୀଷ ଅନୁରାଗ ଦାସ ହତ୍ୟା ମାମଲା ପରେ ବିବାଦ ଘେରକୁ ଆସି ଜେଲରେ ଥିବା ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।...

ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି...

ମଞ୍ଚେଶ୍ୱରରେ ଜଳିଗଲା ଟ୍ରକ୍‌

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଟ୍ରକ୍‌ ଶୁକ୍ରବାର ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ...

ମକର ସଂକ୍ରାନ୍ତିରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ...

ପୂର୍ବ ଶତ୍ରୁତାରୁ ବିଭତ୍ସ ହତ୍ୟାକାଣ୍ଡ: ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟେ ପଡ଼ିଛି ରକ୍ତ ଭିଜା ମୃତଦେହ

ସୋନପୁର/ତରଭା,୨୧।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅନ୍ତର୍ଗତ ଦଇତପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । କଟାପାଲି ପଞ୍ଚାୟତ ଅରଖାପଦର...

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ପଦ୍ମପୁରବାସୀ: ବିଜେଡି

ଭୁବନେଶ୍ବର,୨୬।୧୧(ବ୍ୟୁରୋ): କେନ୍ଦ୍ର କୃଷିମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପ୍ରଚାର ପାଇଁ ଆସୁଥିବା ବେଳେ କେନ୍ଦ୍ର ଅବହେଳାକୁ ନେଇ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ରଖିବାକୁ ପଦ୍ମପୁରବାସୀ ଅପେକ୍ଷା କରିଛନ୍ତି...

ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି।...

Advertisement
Archives

Model This Week