ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ଲୋକେ ଟିକେ ଆଶ୍ୱସ୍ତ ହୋଇଥିବା ବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଏହା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ। ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆ ସମଗ୍ର ବିଶ୍ୱକୁ ଏକ ଚେତାବନୀ ଦେଇଛି, ଯିଏ ତାଙ୍କ ପଥରେ ଆସିବ ତାଙ୍କୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ସେବେଠାରୁ ପରମାଣୁ ଆକ୍ରମଣର କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଯଦିଓ ରୁଷିଆ ଏପର୍ଯ୍ୟନ୍ତ ସେ ବିଷୟରେ କିଛି ସ୍ପଷ୍ଟ କହିନାହିଁ।

ୟୁଟ୍ୟୁବ୍‌ରେ ଏକ ଭିଡିଓରୁ ଜଣାପଡ଼ିଛି ଯେ, ତୃତୀୟ ବିଶ୍ୱଯୁଦ୍ଧର ପ୍ରଭାବ କ’ଣ ହେବ? ଏହି ଭିଡିଓ ଦେଖିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ କୌଣସି ଯୁଦ୍ଧ କାହା ପାଇଁ କିଛି ଭଲ କରେ ନାହିଁ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ସମଗ୍ର ମନୁଷ୍ୟ ଜାତି ଲୋପ ପାଇଯିବ। ଏହା ପରେ ଆଗାମୀ ଲକ୍ଷ ଲକ୍ଷ ବର୍ଷ ପାଇଁ ମନୁଷ୍ୟର ବାସସ୍ଥାନ ରହିବ ନାହିଁ।

ଭବିଷ୍ୟବାଣୀରେ କୁହାଯାଇଛି, ତୃତୀୟ ବିଶ୍ୱଯୁଦ୍ଧ ପରେ ସମସ୍ତ ଉପଗ୍ରହ ଆକାଶରୁ ଖସିଯିବ। ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବ। ବିଶ୍ୱରେ ପରମାଣୁ ଆକ୍ରମଣ ବଢ଼ିବ। ଏଥିରେ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁର ସାମ୍ନା କରିବେ। ରୁଷିଆ ରାଷ୍ଟ୍ରପତି ଯେତେବେଳେ ତାଙ୍କ ଦେଶର ଆଣବିକ କ୍ଷେତ୍ରକୁ ସତର୍କ ରହିବାକୁ କହିଥିଲେ, ସେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ତୀବ୍ର ହେଲା।

Share