ଖଲ୍ଲିକୋଟ୍‌ରେ ୧୪୪ ଧାରା ଜାରି

ଖଲ୍ଲିକୋଟ,୧୭ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇଛି ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ। ରାଜନୈତିକ ହିଂସାରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମର ଦିଲ୍ଲୀପ ପାହାନ ଓ ଗୁରୁତର ଆହତମାନେ ହେଲେ ଜିତେନ୍ଦ୍ର ପାହାନ, ବାପୁଜୀ ପାହାନ, ଅଭି ପାହାନ, ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ଏହି ଘଟଣାକୁ ନେଇ ପୋଲିସ ଓ ଜନସାଧାରଣ ମୁହଁାମୁହିଁ ହୋଇଛନ୍ତି। ଉତ୍ତେଜିତ ଲୋକେ ଥାନା ଘେରାଉ କରିବା ସହିତ ପୋଲିସ ଓ ଗିରଫ ଅଭିଯୁକ୍ତଙ୍କୁ ଟେକା ପଥର ମାଡ଼ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ପାଲଟା ଲାଠିଚାର୍ଜ କରିଛି। ଏଥିରେ କେତେଜଣ ପୋଲିସ କର୍ମଚାରୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି। ଉତ୍ତେଜନାକୁ ପ୍ରଶମିତ କରିବାକୁ ପ୍ରଶାସନ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଛି। ଏହି ଘଟଣାରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅପରପକ୍ଷରେ ହିଂସାକାଣ୍ଡ ପଛରେ ଖଲ୍ଲିକୋଟର ଦିବଂଗତ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରାଙ୍କ ହାତ ଥିବା ଭାଜପା ଅଭିଯୋଗ କରିଛି।
ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଆସନ୍ତା ୨୦ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ରାତିରେ ଭାଜପା କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ବାଚନ ପୋଷ୍ଟର ମାରୁଥିଲେ। ଏହାକୁ କିଛି ବିଜେଡି କର୍ମୀ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଖଣ୍ଡାରେ ହଣାହଣି ହୋଇ ୬ଜଣ ଗୁରୁତର ହୋଇଥିଲେ। ଗୁରୁତରମାନେ ହେଲେ ଭାଜପା ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ, ସମ୍ପର୍କୀୟ ଦାଦା ଅଭି ପାହାନ ଏବଂ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡ଼ା। ସେମାନଙ୍କୁ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀପଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରାତିରେ ଖଲ୍ଲିକୋଟ ଥାନା ଘେରାଉ କରିବା ସହିତ ଧାରଣାରେ ବସିଥିଲେ। ଗୁରୁବାର ହିଂସା ଉଗ୍ରରୂପ ଧାରଣ କରିଥିଲା। ଖଲ୍ଲିକୋଟ ଥାନା ସମ୍ମୁଖରେ ମୃତକଙ୍କ ପରିବାର ଓ ହଜାର ହଜାର ଭାଜପା କର୍ମୀଙ୍କ ସହିତ ସାଧାରଣ ଜନତା ଧାରଣାରେ ବସିଥିଲେ। ଏଥିସହିତ ଆସିକା-ଭୁବନେଶ୍ୱର ରାଜ୍ୟ ରାଜପଥକୁ ଭାଜପା କର୍ମୀମାନେ ଅବରୋଧ କରିଥିଲେ। ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାସଭବନ ସମ୍ମୁଖରେ ରଖାଯାଇଥିବା ତାଙ୍କ ବ୍ୟକ୍ତିଗତ ବୋଲେରୋ, ବିଧାୟିକାଙ୍କ ପ୍ରଚାର ଗାଡ଼ି, ଗୋଟିଏ କାର ଏବଂ ୪ଟି ବାଇକ୍‌କୁ ଉତ୍ତେଜିତ ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ପୋଲିସକୁ ଦାୟୀ କରିବା ସହିତ ବିଜେଡି ନେତା ଦୈତାରୀ ବେହେରାଙ୍କ ବିରୋଧରେ ଭାଜପା କର୍ମୀମାନେ ନାରା ଦେଇଥିଲେ। ଖଲ୍ଲିକୋଟ ଭାଜପା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠି ଓ ଆସିକା ଏମପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ଭାଜପା ନେତା ମହେଶ ମହାନ୍ତି ପ୍ରମୁଖ ଥାନାକୁ ଆସି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ପୋଲିସ ଉତ୍ତେଜନା ପରିସ୍ଥିତିକୁ ପ୍ରଶମିତ କରିବାକୁ ୮ଜଣ ଅଭିଯୁକ୍ତ ବାନାମ୍ବର ପ୍ରଧାନ ଓରଫ ବାନା (୩୮), କୁମାର ତରେଇ (୨୮), ସମୀର ସାହୁ (୨୨), ଶ୍ରୀକାନ୍ତ ପ୍ରଧାନ (୨୧), ମନୁଆ ତରେଇ (୩୨), କନ୍ଧ ତରେଇ (୫୮), ମନୋଜ କୁମାର ପ୍ରଧାନ (୨୭), ଦୀପକ ନାହାକ (୨୦)ଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାକୁ ଆଣୁଥିବା ବେଳେ ଉତ୍ତେଜିତ ଲୋକେ ଅଭିଯୁକ୍ତ ଓ ପୋଲିସଙ୍କୁ ଟେକା, ପଥର ଓ ପାଣି ବୋତଲ ମାଡ଼ କରିଥିଲେ। ପୋଲିସ ମଧ୍ୟ ପାଲଟା ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଗୋଡ଼େଇ ଗୋଡ଼େଇ ଲୋକମାନଙ୍କୁ ପିଟିବା ସହ ଥାନା ସମ୍ମୁଖରେ ରଖାଯାଇଥିବା ବହୁ ବାଇକ, ସ୍କୁଟି ଓ କାର୍‌ଗୁଡିକୁ ଲାଠିରେ ବାଡ଼େଇ ଓ ପଥରରେ ଛେଚି ଭାଙ୍ଗି ଦେଇଥିଲା। ଫଳରେ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା। ଖବର ପାଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଅତିରିକ୍ତ ଏସପି, ଏସ୍‌ଡିପିଓ ଗୌରହରି ସାହୁ, ବିଡିଓ, ତହସିଲଦାର ପ୍ରମୁଖ ପହଞ୍ଚି ସ୍ଥିତି ଉପରେ ସମୀକ୍ଷା କରିଥିଲେ। ପୋଲିସ ଉପରକୁ ପଥର ମାଡ଼ ଘଟଣାରେ ୫ ଜଣ ଭାଜପା କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ କହିଛନ୍ତି। ଗୁରୁବାର ରାତିରେ ଅନ୍ୟ ଜଣେ ଅବିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri