ପ୍ରାକ୍‌ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦେଶର ଶିଳ୍ପଜଗତ ନିବେଦନ କରିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପ୍ରାକ୍‌ ବଜେଟ ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଦେଶର ଶିଳ୍ପ ଜଗତ ସରକାରଙ୍କୁ ଏଭଳି ନିବେଦନ କରିଥିବା ଜଣାପଡିଛି। କରୋନା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏହାକୁ ବିଚାରକରି ଆର୍ଥତ୍କ ସୁଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାର ଶିଳ୍ପ ଏବଂ ଭିତ୍ତିଭୂମିକୁ ଗୁରୁତ୍ୱ ଦିଅନ୍ତୁ ବୋଲି ପ୍ରସ୍ତାବରେ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଟ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ପ୍ରାକ୍‌ ବଜେଟ କନ୍‌ସଲଟେଶନ ପ୍ରକ୍ରିୟାରେ ଯୋଗଦେଇଥିଲେ।
ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ପୁଣି ଥରେ ଏକ ଆର୍ଥତ୍କ ପ୍ୟାକେଜ ଆଣନ୍ତୁ ବୋଲି ଶିଳ୍ପଜଗତ କହିଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ କହିଛି ଯେ, ଅଭିବୃଦ୍ଧି, ବିତ୍ତୀୟ ଶୃଙ୍ଖଳା ଏବଂ ଆର୍ଥତ୍କ କ୍ଷେତ୍ରକୁ ଦୃଢୀକରଣ ଭଳି ୩ ପ୍ରମୁଖ ଦିଗକୁ ବିଚାର କରିପାରିବେ। ଏହା ଦ୍ୱାରା କୋଭିଡ୍‌-୧୯ ପ୍ରଭାବରୁ ଅର୍ଥ ବ୍ୟବସ୍ଥାକୁ ମୁକୁଳାଯାଇପାରିବ ବୋଲି ସଂଘ ଆଶାବାଦୀ ରହିଛି। ନିଯୁକ୍ତି ସୃଷ୍ଟି ଏବଂ ଘରୋଇ ନିବେଶକୁ ସରକାର ଉତ୍ସାହିତ କରନ୍ତୁ ବୋଲି ସିଆଇଆଇ ସଭାପତି ଉଦୟ କୋଟାକ କହିଛନ୍ତି। ଦେଶର ପ୍ରମୁଖ କ୍ଷେତ୍ରଗୁଡିକୁ ଅର୍ଥ ଯୋଗାଣ ଲାଗି ସରକାର ଡେଭଲପମେଣ୍ଟ ଫାଇନାନ୍ସିଆଲ ଇନ୍‌ଷ୍ଟିଚ୍ୟୁଶନ ଗଠନ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଜିଏସ୍‌ଟିକୁ ସରଳ କରିବା ଏବଂ ସ୍ଲାବ୍‌ ସଂଖ୍ୟା ୩ କୁ ଖସାଇବା ନେଇ ଶିଳ୍ପ ସଂଘ ଫିକି ପ୍ରସ୍ତାବ ଦେଇଛି। ଏଥିରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ ଉପସ୍ଥିତ ଥିଲେ। ସେହିଭଳି ଭାରତୀ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ରାକେଶ ଭାରତୀ ମିତ୍ତଲ,ବାୟୋକନ ଅଧ୍ୟକ୍ଷ କିରନ ମଜୁମଦାର ସ ଏବଂ ଫିକି ଓ ସିଆଇଆଇ ପ୍ରତିନିଧି ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri