ଗୁଗଲର ବିଭିନ୍ନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ଗୁଗଲର ଇ-ମେଲ୍‌ ସମେତ ଜି-ମେଲ୍‌ ସହ ଅନ୍ୟ ବିଭିନ୍ନ ସେବା ସୋମବାର ଅପରାହ୍ନରେ ବାଧାପ୍ରାପ୍ତ ହୋଇଛି। କେଉଁ କାରଣ ଯୋଗୁ ସେବାରେ ବାଧା ଆସିଲା ସେ ନେଇ କମ୍ପାନୀ କିଛି ସ୍ପଷ୍ଟ କରିନାହିଁ। ଅଗଷ୍ଟ ମାସରେ ମଧ୍ୟ ଗୁଗଲ ସେବା ଲାଭ କରିବାରେ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରିଥିଲେ। କିଛି ଉପଭୋକ୍ତାଙ୍କ ଲାଗି ସେବାକୁ ପୁଣି ଥରେ ଆରମ୍ଭ କରାଯାଇଥିବା ସନ୍ଧ୍ୟା ୬ଟା୧୭ ମିନିଟ ସମୟରେ ଗୁଗଲ ପକ୍ଷରୁ ଗୁଗଲ ଓ୍ବାର୍କସ୍ପେସ୍‌ ଷ୍ଟେଟସ ଡ୍ୟାସ୍‌ବୋର୍ଡ ସୂଚନା ଦିଆଯାଇଥିଲା। ସବୁ ଉପଭୋକ୍ତାଙ୍କ ଲାଗି ସେବାକୁ ପୁଣି ଥରେ ଶୀଘ୍ର ସ୍ବାଭାବିକ କରିବା ନେଇ ଆଶାବାଦୀ ବୋଲି କମ୍ପାନୀ ସ୍ପଷ୍ଟ କରିଥିଲା। ସନ୍ଧ୍ୟା ୫ଟା ୨୫ରେ ଇ-ମେଲ୍‌ ସେବା ଜିସୁଟର ମୁଖ୍ୟ ପୃଷ୍ଠାରେ ଲେଖାଯାଇଥିଲା ଯେ, ଜିମେଲ୍‌ ସେବା ବାଧାପ୍ରାପ୍ତ ହେବା ଯୋଗୁ ଉପଭୋକ୍ତାଙ୍କୁ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡିଛି। ଏଥିଯୋଗୁ ଉପଭୋକ୍ତା ଜିମେଲ୍‌ ସେବା ଲାଭ କରିବାକୁ ସକ୍ଷମ ହୋଇନାହାନ୍ତି। ଗୁଗଲର ଅନ୍ୟ ସେବା ଯଥା ଗୁଗଲ କ୍ୟାଲେଣ୍ଡର, ଗୁଗଲ ଡ୍ରାଇଭ, ଗୁଗଲ ଡକ୍ସ, ଗୁଗଲ ମିଟ୍‌ ମଧ୍ୟ ପ୍ରଭାବିତ ହୋଇଛି। ଗୁଗଲର ଜିମେଲ ଏବଂ ୟୁଟୁବ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ନଜରକୁ ଆସିଛି। ଲୋକମାନେ ଏହାକୁ ନେଇ ଟୁଇଟରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri