Posted inଖେଳ

ପାକିସ୍ତାନରୁ ଆସିଲା ପନ୍ତଙ୍କ ଆରୋଗ୍ୟ କାମନା ବାର୍ତ୍ତା, ଜାଣନ୍ତୁ କିଏ କହିଲା କ’ଣ…

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଦେଶବିଦେଶର କ୍ରିକେଟରଙ୍କ ସହ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ବିଶେଷକରି ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ଟିମ୍‌ର ଅନେକ ଖେଳାଳି ତାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ବାର୍ତ୍ତା ଲେଖିବା ସହ ପ୍ରାର୍ଥନା କରୁଥିବା ଜଣାଇଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ଶାହିନ ଆଫ୍ରିଦି, ଶାଦାବ ଖାଁ, ଶୋଏବ ମଲିକ, ମହମ୍ମଦ ହଫିଜ୍‌, ବଜାବ ରିୟାଜ, କାମରାନ ଅକମଲ ଏବଂ ହସନ ଅଲିଙ୍କ ଭଳି ଖେଳାଳି ଅଛନ୍ତି।

ଶୋଏବ ମଲିକ ଟୁଇଟ୍‌ କରି କହିଛନ୍ତି, ଏବେ ଏବେ ଭାରତରେ ପନ୍ତଙ୍କ ଦୁର୍ଘଟଣା ବିଷୟରେ ଶୁଣିବାକୁ ପାଇଲି। ତୁମର ଆଶୁ ଆରୋଗ୍ୟ କାମନା କରୁଛି। ଆଶା କରୁଛି ତୁମେ ଶୀଘ୍ର ଠିକ୍‌ ହୋଇଯିବ। ଗେଟ୍‌ ଓ୍ବେଲ୍‌ ସୁନ୍‌ ବ୍ରଦର।

ଦଳରୁ ବାଦ୍‌ ପଡ଼ିଥିବା ପାକିସ୍ତାନ ଅଲରାଉଣ୍ଡର ହସନ ଅଲି ଲେଖିଛନ୍ତି, ଆଶା କରୁଛି ପନ୍ତଙ୍କ ସହ କିଛି ଗମ୍ଭୀର ଘଟିନାହିଁ। ତୁମର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ମଇଦାନକୁ ଫେର।

ସେହିଭଳି ଶାହିନ, ଶାଦାବ, ମହମ୍ମଦ, ବହାବ ମଧ୍ୟ ପନ୍ତଙ୍କ ପାଇଁ ପ୍ରାର୍ଥନା କରିବା ସହ ଶୀଘ୍ର ସୁସ୍ଥ ହେବାକୁ ନେଇ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

ବାଙ୍କିପୁର ବିଜେତା ପ୍ରଶାନ୍ତ କିଶୋର କେତେ ଧନୀ? ପାଟନାରୁ ଦିଲ୍ଲୀ-ନୋଏଡା ପର୍ଯ୍ୟନ୍ତ ରହିଛି…

ପାଟନା,୩।୮: ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ନୀରଜ ସିହ୍ନାଙ୍କୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

ଦାଦନ ଖଟିବାକୁ ଯାଇଥିଲେ , ଶବ ହେଇ ଘରକୁ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ…

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri