Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପାଇଁ ପ୍ରାର୍ଥନା ସଭା…

ଅହମଦାବାଦ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟର ଭଡ଼ନଗରରେ ମା’ ହୀରାବେନଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ରବିବାର ବହୁ ସଂଖ୍ୟାରେ ରାଜନୈତିକ ନେତା ତଥା ଶୁଭେଚ୍ଛୁ ଯୋଗ ଦେଇଥିଲେ। ଶୁକ୍ରବାର ହୀରାବେନଙ୍କର ୯୯ ବର୍ଷ ବୟସରେ ଅହମଦାବାଦରେ ପରଲୋକ ଘଟିଥିଲା।

ଗୁଜରାଟ ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀ, କେନ୍ଦ୍ର ମନ୍ତ୍ରୀ ପରଷୋତମ ରୂପାଲା, ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ, ବିଧାୟକ ପୂର୍ଣ୍ଣେଶ ମୋଦି ଏବଂ ଜେଠା ଭରୱାଡ ଏବଂ ଅନ୍ୟମାନେ ରବିବାର ଭଡ଼ନଗରର ଜବାହର ନବୋଦୟ ବିଦ୍ୟାଲୟ ହଲରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ। ହୀରାବେନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଆୟୋଜିତ ପ୍ରାର୍ଥନା ସଭାରେ ଭାରତୀୟ ଜନତା ପାର୍ଟି ନେତା ସଞ୍ଜୟ ଯୋଶୀ, ପୂର୍ବତନ ବାଚସ୍ପତି ନୀମା ଆଚାର୍ଯ୍ୟ ଏବଂ ପୂର୍ବତନ ବିଧାୟକ ମାୟା କୋଡନାନୀ ମଧ୍ୟ ଉପସ୍ଥିତ ଥିଲେ।

ଗୁଜରାଟର ବିଭିନ୍ନ ପ୍ରାନ୍ତରୁ ପରିବାରର ଶୁଭେଚ୍ଛୁମାନେ, ସେମାନଙ୍କ ସମ୍ପର୍କୀୟ ତଥା ଭଡନଗରର ବାସିନ୍ଦା, ଯେଉଁଠାରେ ହୀରାବେନ ତାଙ୍କ ଜୀବନର ଅଧିକାଂଶ ସମୟ ବିତାଇଥିଲେ, ସେମାନେ ମଧ୍ୟ ସକାଳେ ଧାଡ଼ିରେ ଧାଡ଼ି ବାନ୍ଧି ସଭାସ୍ଥଳରେ ପହଞ୍ଚିଥିଲେ। ଞ୍‌

ଅହମଦାବାଦ ସହର ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଧାର୍ମିକ, ସାମାଜିକ ତଥା ରାଜନୈତିକ ନେତାଙ୍କ ସହ ପ୍ରାର୍ଥନା ସଭାରେ ଭାଗ ନେବାକୁ ଆସିଥିଲେ।

Share