ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀଙ୍କ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୁମଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି। ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି। ଚାରିଆଡ଼େ କେବଳ ଶାନ୍ତି, ସଦ୍ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି। ଘରେ ଘରେ ଦେଖାଯାଇଛି ଉତ୍ସବମୁଖର। ହୋମ, ଯଜ୍ଞ ଓ ବାଇବେଲ ପଠନରେ ପ୍ରକମ୍ପିତ ହେଉଛି ଚର୍ଚ୍ଚ ଗୃହ। ଯୀଶୁଙ୍କ ଜନ୍ମ ଖୁସିରେ ସମସ୍ତ ଖ୍ରୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆଁ ପୋଷାକ ପରିଧାନ କରି କେକ କାଟିବା ସହ ପିଠା ପଣା ମଜା ନେଉଛନ୍ତି। ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାକୁ ଖାତିର ନ କରି ପରିବାର ଲୋକଙ୍କ ସହ ପହଞ୍ଚି ଯାଇଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁ । ଆଉ ସମସ୍ତେ ସାମିଲ ହୋଇ ନିଜ ପରିବାର ଓ ସମାଜରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ସମସ୍ତ ପଞ୍ଚାୟତରେ ରହିଥିବା ଶତାଧିକ ଚର୍ଚ୍ଚ ଗୃହରେ ମଙ୍ଗଳବାର ସା ସମୟରୁ ଗୀତ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରକମ୍ପିତ ହେଉଅଛି। ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବାର୍ତ୍ତାକୁ ଯାଜକମାନେ ଶ୍ରଦ୍ଧାଳୁଙ୍କୁ ଶୁଣାଇଥିଲେ। ବିଭିନ୍ନ ବ୍ଲକ ଅଞ୍ଚଳର ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ତଥା ତହସିଲଦାର, ବିଡ଼ିଓ, ଏବଂ ଥାନା ଅଧିକାରୀଙ୍କ ସମେତ ପ୍ରମୁଖ ଅଧିକାରୀମାନେ ବିଭିନ୍ନ ଚର୍ଚ୍ଚ, ଗୀର୍ଜା ଓ ଉପାସନା ଗୃହ ବୁଲି ଶାନ୍ତିଶୃଙ୍ଖଳାର ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri