Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍‌ ପ୍ରବୀଣ ଆମ୍ରେ

ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍‌ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ ପ୍ରବୀଣଙ୍କ ସହ ଚୁକ୍ତି କରାଯାଇଥିବା ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର କୁହାଯାଇଛି। ଦିଲ୍ଲୀ ଦଳ ପାଇଁ ୨୦୧୪ରୁ ୧୯ ପର୍ଯ୍ୟନ୍ତ ମୁଖ୍ୟ ଟାଲେଣ୍ଟ ସ୍କାଉଟ୍‌ ଦାୟିତ୍ତ୍ୱ ସମ୍ଭାଳିଥିବା ୫୨ ବର୍ଷୀୟ ପ୍ରବୀଣ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଓ ଅନ୍ୟ କୋଚିଂ ଷ୍ଟାଫଙ୍କ ସହ କାର୍ଯ୍ୟ କରିବେ।

ମୋତେ ନିଯୁକ୍ତ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟକୁ ମୁଁ ଧନ୍ୟବାଦ୍‌ ଜଣାଉଛି। ୨୦୨୦ ସଂସ୍କରଣରେ ପ୍ରଥମ ଥର ଫାଇନାଲ ଖେଳିଥିବା ଦଳ ସହ ପୁଣି ଥରେ ଯୋଡ଼ି ହୋଇଥିବାରୁ ମୁଁ ଉତ୍ସାହିତ ଅଛି ବୋଲି ପ୍ରବୀଣ କହିଛନ୍ତି।

Share