Categories: ଜାତୀୟ

କାର୍ଯ୍ୟକାରୀ ସିଭିସି ଭାବେ ପ୍ରବୀଣ ଶ୍ରୀବାସ୍ତବ ନିଯୁକ୍ତ

ନୂଆଦିଲ୍ଲୀ,୨୮ା୧୨: ଭିଜିଲାନ୍ସ କମିଶନର ପ୍ରବୀଣ କୁମାର ଶ୍ରୀବାସ୍ତବଙ୍କୁ ବୁଧବାର କାର୍ଯ୍ୟକାରୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ନିଯୁକ୍ତ କରାଯାଇଛି। ଦୁର୍ନୀତି ନିରୋଧୀ ଜଗୁଆଳି ସଂସ୍ଥାର ମୁଖ୍ୟ ସୁରେଶ ଏନ୍‌. ପଟେଲଙ୍କ କାର୍ଯ୍ୟକାଳ ଗତ ୨୪ରେ ଶେଷ ହେବା ପରେ ତାଙ୍କ ସ୍ଥାନରେ ପ୍ରବୀଣଙ୍କୁ ଅବସ୍ଥାପିତ କରାଯାଇଛି। ସିଭିସିଙ୍କ ନେତୃତ୍ୱାଧୀନ କମିଶନରେ ସର୍ବାଧିକ ୨ ଜଣ ଭିଜିଲାନ୍ସ କମିଶନର ରହିଥାଆନ୍ତି। ପ୍ରବୀଣଙ୍କ ସହ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପୂର୍ବତନ ମୁଖ୍ୟ ଅରବିନ୍ଦ କୁମାର ମଧ୍ୟ ବର୍ତ୍ତମାନ ଭିଜିଲାନ୍ସ କମିଶନର ଅଛନ୍ତି। ୧୯୮୮ ବ୍ୟାଚ୍‌ ଆସାମ-ମେଘାଳୟ କ୍ୟାଡର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌) ଅଧିକାରୀ ପ୍ରବୀଣ ଗତ ଜାନୁୟାରୀ ୩୧ରେ ସମନ୍ବୟ ସଚିବ ପଦରୁ ଅବସର ନେଇଥିଲେ। ସିଭିସି ଏବଂ ଭିଜିଲାନ୍ସ କମିଶନରଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ତାଙ୍କୁ ୬୫ ବର୍ଷ ହେବା ପର୍ଯ୍ୟନ୍ତ ରହିଥାଏ।

Share