Categories: ଖେଳ

ପ୍ରତ୍ୟୁଷ ନାୟକ ଚାମ୍ପିୟନ

ଭୁବନେଶ୍ୱର,୩ା୪ (ସ୍ପୋଟର୍‌ସ ବ୍ୟୁରୋ): ସାଇ ବୀଣାପାଣି ଜ୍ଞାନ ମନ୍ଦିରରେ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ରାଜ୍ୟ ସ୍କୁଲ ଚେସ୍‌ ଚାମ୍ପିୟନଶିପରେ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ପ୍ରତ୍ୟୁଷ ନାୟକ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପ୍ରତ୍ୟୁଷ ୫ ପଏଣ୍ଟ ଅର୍ଜନ କରିଥିବା ବେଳେ ଆଦିତ୍ୟ ବିକ୍ରମ ମିଶ୍ର ୪.୫ ଓ ଅଦିତି ମହାପାତ୍ର ୪.୦ ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ୭ ବର୍ଷରୁ କମ୍‌ ବୟସ ବର୍ଗରେ ଅକ୍ଷିତ ଆଚାର୍ଯ୍ୟ, ୯ ବର୍ଷରୁ କମ୍‌ ବୟସ ବର୍ଗରେ ସତ୍ୟ ସ୍ବରୂପ ତ୍ରିପାଠୀ, ୧୧ ବର୍ଷରୁ କମ୍‌ ପୀୟୁଷ ଜେନା, ୧୩ ବର୍ଷରୁ କମ୍‌ ବୟସ ବର୍ଗରେ କ୍ରିପାଂଶି ଧଳ ଓ ବାଳିକା ବର୍ଗରେ ଓମ୍‌ କ୍ରିଷ୍ଣା ପ୍ରଧାନ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିଲେ।

ଚିଫ୍‌ ଆର୍ବିଟର ଭାବରେ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ବଡଗଡ ସରସ୍ବତୀ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ ଓ ରାଜ୍ୟ ଗୋଇନ୍ଦା ଇନ୍ସପେକ୍ଟର ପ୍ରିୟଦର୍ଶିନୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଇ ବୀଣାପାଣି ଜ୍ଞାନ ମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ଉପସ୍ଥିତ ଥିଲେ।

Share