ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍‌-୬’ରେ କରିବେ ଏଣ୍ଟ୍ରି

ବମ୍ବେ: ବିଗ୍‌ ବସ୍‌ ଫେମ୍‌ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍‌। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ ଲେଖି ପ୍ରଶଂସକଙ୍କୁ ଜଣାଇଛନ୍ତି। ଟେଲି ପରଦାରେ ସୁଯୋଗ ଦେଇଥିବାରୁ ସେ ନିର୍ମାତା ଏକତା କପୁରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାଛଡ଼ା ସେ ନିଜର ଚରିତ୍ର ‘ରୁଦ୍ର’ର ଏକ ଝଲକ ମଧ୍ୟ ଦେଖାଇଛନ୍ତି।

ତେବେ ପ୍ରତିକଙ୍କ ଜୀବନ ଯାତ୍ରାରେ ମା’ ଏବଂ ଭଉଣୀଙ୍କ ଯୋଗଦାନ ଅଧିକ। ଏଥିନେଇ ଅଭିନେତା ଉଭୟଙ୍କୁ ଏହି ମୂହୁର୍ତ୍ତକୁ ଅର୍ପଣ କରିଛନ୍ତି। କେବଳ ସେତିକି ନୁହେଁ ପ୍ରଶଂସକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ‘ସ୍ବପ୍ନ ବି ସତ ହୁଏ, ସେଥିରେ ବିଶ୍ୱାସ କର’ ବୋଲି ସେ କହିଛନ୍ତି।

Share