ନୀତିଙ୍କ ପରେ ଏବେ ଅକାଶା

ବମ୍ବେ: ଜଣେ ମଡେଲରୁ ସେଲିବ୍ରିଟି ପାଲଟିଥିବା ପ୍ରତୀକ ସେହଜପାଲ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ନିଜର ଫିଟ୍‌ନେସ୍‌ ସାଙ୍ଗକୁ ବ୍ୟକ୍ତିତ୍ୱକୁ ନେଇ ପ୍ରଶଂସକଙ୍କ ହୃଦୟ ଜିତିବା ପରେ ଏବେ ତାଙ୍କ ହାତରେ ଗୋଟିଏରୁ ବଳି ଆଉଗୋଟେ ପ୍ରୋଜେକ୍ଟ। ‘ବିଗ୍‌ ବସ୍‌’ରୁ ବାହାରିବା ପରେ ପ୍ରତୀକ‘ନୈନା ତେରେ’ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି। ଏଥିରେ ଲଭର ବଏ ସାଜିଛନ୍ତି ସେ । ଅଭିନେତ୍ରୀ ତଥା ନାୟିକା ନୀତି ଟେଲରଙ୍କ ଆଖପାଖରେ ମହୁମାଛିଟିଏ ଭଳି ସେ ଘୁରୁ ବୁଲୁଛନ୍ତି। ଏହାଛଡ଼ା ଗୀତର କାହାଣୀ ମଧ୍ୟ ପ୍ରଶଂସକଙ୍କ ମନ କିଣୁଛି। ରିଲିଜର ମାତ୍ର ୩ ଘଣ୍ଟାରେ ଗୀତଟିକୁ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

ତେବେ ପ୍ରଥମ ଭିଡିଓର ସଫଳତା ପରେ ଏବେ ପ୍ରତୀକ ଏବେ ନୂଆ ପ୍ରୋଜେକ୍ଟପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଅକାସା ସିଂଙ୍କ ସହ ଶୁଟିଂ ପାଇଁ ବାହାରକୁ ଯାଇଛନ୍ତି। ବୁଧବାର ସକାଳେ ତାଙ୍କୁ ବମ୍ବେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଉଭୟ କ୍ୟାମେରା ଆଗରେ ଖୁବ୍‌ ପୋଜ୍‌ ଦେଇଥିଲେ। ଏହାର ଅନେକ ଫଟୋ ଏବେ ଭାଇରାଲ ହେଉଛି। ଚୁଲବୁଲି ନୀତିଙ୍କ ପରେ ଅକାଶା ତାଙ୍କର ନାୟିକା ସାଜୁଥିବାରୁ ପ୍ରତୀକଙ୍କ ପ୍ରଶଂସକ ବେଶ୍‌ ଖୁସି ଅଛନ୍ତି।

Share