ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦ୍‌ଗାତାଙ୍କୁ ‘ଅତିବଡ଼ୀ ପୁରସ୍କାର’

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୩ ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏଥିସହ ୪୪ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୦୨୧ ବର୍ଷ ପାଇଁ ପଦ୍ମଭୂଷଣ ପ୍ରତିଭା ରାୟ, ୨୦୨୨ ବର୍ଷ ପାଇଁ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଓ ୨୦୨୩ ବର୍ଷ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ମର୍ଯ୍ୟାଦାଜନକ ‘ଅତିବଡ଼ୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର, ଉପଢୌକନ ଓ ପୁସ୍ତକ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା।
ପୁରସ୍କାର ଗ୍ରହଣ କରି ଡ. ରାୟ କହିଛନ୍ତି, ପୁରସ୍କାର ପାଇ ଉଲ୍ଲସିତ ହେବା ଅପେକ୍ଷା ଅଧିକ ଆତ୍ମସ୍ଥ ହୋଇଛି। ସାରା ବିଶ୍ୱରେ ସୃଷ୍ଟି ବିଦ୍ୟାର ମୂଳ ଉତ୍ସ ହେଉଛି ଆଧ୍ୟାତ୍ମ ଚିନ୍ତନ, ସେ ବିଜ୍ଞାନ ହେଉ କି ସାହିତ୍ୟ। ଜଗନ୍ନାଥ ଦାସଙ୍କ ଭାଗବତକୁ ଲୋକେ କେବଳ ଜ୍ଞାନ ଓ ଆନନ୍ଦ ପାଇଁ ପଢି ନ ଥାନ୍ତି, ବରଂ ଜୀବନରେ ଅନିବାର୍ଯ୍ୟ ଅନିଶ୍ଟିତତା, ବିପନ୍ନତା ମଧ୍ୟରେ ଆଧ୍ୟାତ୍ମିକ ନିଶ୍ଚଳତା ଓ ନିରାପତ୍ତା ମନୋଭାବ ପାଇଁ, ଏମିତିକି ମୃତ୍ୟୁ ସମୟରେ ମଧ୍ୟ ଆମେ ଏହାକୁ ପଢ଼ିଥାଉ। ଭାଷାକୁ ରୁଦ୍ଧିମନ୍ତ କରିବା ପାଇଁ ଲେଖକଙ୍କ ସହ ପାଠକ, ସାହିତି୍ୟକ ଅନୁଷ୍ଠାନ, ସରକାର ସମସ୍ତେ ଚେଷ୍ଟା କରିବା ଉଚିତ। ମୂଳ ସଂସ୍କୃତି ସହ ଆମକୁ ଜଡ଼ିତ ରହିବାକୁ ହେବ। ଭୁଲିଯିବା ନାହିଁ ଯେ, ଆମେ ଜଣେ ଓଡ଼ିଆ। ସେହିପରି ଡ. ମହାପାତ୍ର ହାଇସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଭାଗବତ ଓ ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଛୋଟ ପୁସ୍ତକଟିଏ ଏକାଡେମୀ ଦ୍ୱାରା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଆ ସାହିତ୍ୟ ଆମ ପାଇଁ ବଡ଼। ଏହାର ପ୍ରଚାର ପ୍ରସାର ଲାଗି ସମସ୍ତେ ଚେଷ୍ଟା କରିବା ଉଚିତ। ଭାଗବତ ଟୁଙ୍ଗି ବନ୍ଦ ହେବାକୁ ଲାଗିଲାଣି। ତେଣୁ ପ୍ରତ୍ୟେକ ଘରେ, ବିଦ୍ୟାଳୟରେ ଭାଗବତ ପହଞ୍ଚତ୍ପାରିଲେ ବହୁତ ଭଲ ହେବ ବୋଲି ସେ ମତ ରଖିଥିଲେ। ଡ. ଉଦ୍‌ଗାତା କହିଛନ୍ତି, ସାହିତ୍ୟ ଏକ ସାଧନା, ଏହା ବିଳାସ ନୁହେଁ। ସାହିତ୍ୟ ଓ ସାହିତି୍ୟକଙ୍କ ବଡ଼ ଶତ୍ରୁ ହେଉଛି ଆଳସ୍ୟ। ୧୦୦ ଭାଗ ନ ପଢିଲେ ୫ ଭାଗ ଲେଖିପାରିବେ ନାହିଁ। ଅଧ୍ୟୟନ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ଉତ୍ସବକୁ ଉଦ୍‌ଘାଟନ କରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, ସାହିତ୍ୟ ଆମ ଜୀବନର ବଡ଼ ଅଙ୍ଗ। ସାହିତ୍ୟ ବିନା ସମାଜ ରୁଦ୍ଧିମନ୍ତ ହୋଇପାରେନି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, କିଛି କାରଣ ପାଇଁ ୩ ବର୍ଷ ଧରି ପୁରସ୍କାର ଦିଆଯାଇପାରି ନ ଥିଲା। ଆସନ୍ତା ବର୍ଷଠାରୁ ସବୁ ପୁରସ୍କାର କିଭଳି ସୁଚାରୁରୂପେ ଠିକ୍‌ ସମୟରେ ପ୍ରଦାନ କରାଯିବ ସେ ନେଇ ବିଭାଗ ଚେଷ୍ଟିତ ରହିବ। ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କହିଛନ୍ତି, ସମସ୍ତଙ୍କ ମିଳିତ ଉଦ୍ୟମ ରହିଲେ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ସମ୍ଭବ। ଏକାଡେମୀ ସଭାପତି ତଥା ସଭା ମୁଖ୍ୟ ଡ. ହୃଷୀକେଶ ମଲ୍ଲିକ କହିଛନ୍ତି, ବୟସ ଆଧାରରେ ନୁହେଁ, ଓଡ଼ିଆ ଭାଷାକୁ ସାମଗ୍ରିକ ଅବଦାନ ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ଆଗକୁ ଏକାଡେମୀ କ୍ୟାଲେଣ୍ଡର କରିବାକୁ ଯୋଜନା କରିଛୁ। ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ସ୍ବାଗତ ଭାଷଣ ଦେଇ କହିଛନ୍ତି, ସାହିତି୍ୟକଙ୍କ ସୃଷ୍ଟି ଅମୂଲ୍ୟ। ଅର୍ଥରାଶି ଏକ ପ୍ରୋତ୍ସାହନ ମାତ୍ର। ଏକାଡେମୀ ଉପସଭାପତି ଡ. ସଂଗ୍ରାମ ଜେନା ସମାପନୀ ବକ୍ତବ୍ୟ ରଖିଥିବାବେଳେ ଡ. ମୃତ୍ୟୁଞ୍ଜୟ ରଥ ଓ ଅଭିନେତ୍ରୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri