ଜମୁନି ପ୍ରଥମାଷ୍ଟମୀ ପୋଷାକ ବେପାର

ଅନୁଗୋଳ ଅଫିସ, ୭।୧୨:  ଦିନଟିଏ ପରେ ପ୍ରଥମାଷ୍ଟମୀ। ପୋଢ଼ୁଆଁ ହେବେ ଘରର ଜ୍ୟେଷ୍ଠ ସନ୍ତାନ। ମାମୁଘରୁ ଆସିଥିବା ନୂଆ ପୋଷାକ ପିନ୍ଧି ଏଣ୍ଡୁରିପିଠା ଖାଇବେ ପିଲାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହେଲାଣି। ନାନା ପ୍ରକାର ସାମଗ୍ରୀ କିଣା ସରିଲାଣି। ପିଠା ପାଇଁ ଚାଉଳ, ବିରି ସହ ହଳଦୀପତ୍ର ନେବାକୁ ଅନୁଗୋଳ ବଜାରରେ ଭିଡ଼ ଜମିଲାଣି। କିନ୍ତୁ ନୂଆ ଡ୍ରେସ୍‌ କିଣିକୁ ନେଇ ଗ୍ରାହକଙ୍କ ମଧ୍ୟରେ ପୂର୍ବପରି ଉତ୍ସାହ ଦେଖାଯାଉ ନାହିଁ। କାରଣ କରୋନା ବହୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଥିବାରୁ ଶହ ଶହ ଟଙ୍କା ଦେଇ ନୂଆ ପୋଷାକ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ। ଖୁବ୍‌ କମ୍‌ ସଂଖ୍ୟକ ଲୋକ ଡ୍ରେସ୍‌ ଦୋକାନକୁ ଆସୁଥିବା ବେଳେ କିଣିବା ଅପେକ୍ଷା ସେମାନେ ଅଧିକ ମୂଲାମୂଲି କରୁଛନ୍ତି। ଅଳ୍ପ ମୂଲ୍ୟର ପୋଷାକ ନେବାକୁ ଚାହୁଁଛନ୍ତି। ଗ୍ରାହକଙ୍କ ଏପରି ବ୍ୟବହାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଡ୍ରେସ୍‌ ଦୋକାନୀମାନେ। ବିଶେଷକରି ପ୍ରଥମାଷ୍ଟମୀକୁ ନଜରରେ ରଖି ରାଜ୍ୟ ବାହାରୁ ନୂଆ ଡିଜାଇନର ଡ୍ରେସ୍‌ ଆଣିଥିବା ଶୋ’ରୁମ୍‌ ମାଲିକମାନେ ଏବେ ହାତବାନ୍ଧି ବସୁଥିବା ଦେଖାଯାଉଛି। ବଜାରରେ ଲୋକେ ହାଉଜାଉ ହେଉଥିଲେ ମଧ୍ୟ ଶୋ’ରୁମ୍‌ ଆଡ଼େ ମାତ୍ର କେତେଜଣଙ୍କ ପାଦ ପଡ଼ୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୂଲ୍ୟ ଶୁଣି ଅନ୍ୟ ଦୋକାନକୁ ଚାଲି ଯାଉଛନ୍ତି। ବହୁ ଗ୍ରାହକ ତ ରାସ୍ତା କଡ଼ରୁ ଶସ୍ତାରେ ପୋଷାକ କିଣି କାମ ଚଳାଇ ଦେବାକୁ ଚାହୁଁଛନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ପୂଜା ପରେ ସବୁଠାରୁ ଅଧିକ ବ୍ୟବସାୟ ପ୍ରଥମାଷ୍ଟାମୀରେ ହୋଇଥାଏ। ମାମୁଘର ପକ୍ଷରୁ ବଡ଼ ଝିଅ ପୁଅଙ୍କ ପାଇଁ ଡ୍ରେସ୍‌ କିଣାଯାଉଥିବା ବେଳେ ପରିବାରର ସାନ ପିଲାଙ୍କ ପାଇଁ ମା’ବାପାମାନେ ପୋଷାକ କିଣିଥାନ୍ତି। ତେଣୁ ଯେଉଁଠି ଗୋଟିଏ ଡ୍ରେସ୍‌ ବିକ୍ରି ହେବା କଥା ସେଠାରେ ଦୁଇ/ତିନୋଟି ବିକିଥାଉ। କିନ୍ତୁ ଚଳିତବର୍ଷ କରୋନା ପାଇଁ ବର୍ଷତମାମ ବେପାର ନ ଥିବାବେଳେ ପର୍ବପର୍ବାଣିରେ ଏପରି ମାନ୍ଦାବସ୍ଥା ବେଶ୍‌ ବାଧୁଛି ବୋଲି ଅନୁଗୋଳ ସହରର ଡ୍ରେସ୍‌ ଦୋକାନୀମାନେ କହିଛନ୍ତି।

କିଣା ଦରରେ କପଡ଼ା ବିକୁଛୁ
କରୋନା କାରଣରୁ କିଛି ମାସ ହେଲା ବ୍ୟବସାୟ ନାହିଁ। ପ୍ରଥମାଷ୍ଟାମୀରେ ବର୍ଷର ଶେଷ ବେପାର ହେବ ବୋଲି ଆଶା ଥିଲା। କିନ୍ତୁ ଲୋକଙ୍କ ହାତରେ ପୂର୍ବବର୍ଷ ଭଳି ଅର୍ଥ ନ ଥିବାରୁ ସେମାନେ କିଣାକିଣି ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। କିପରି କମ୍‌ ମୂଲ୍ୟରେ ପୋଷାକ ପାଇବେ ସେଥିପାଇଁ ମୂଲଚାଲ ଅଧିକ କରୁଛନ୍ତି। ତେଣୁ ହାତରୁ ଗ୍ରାହକ ଖସିଯିବା ଭୟରେ କିଣା ଦରରେ ପୋଷାକ ବିକିବାକୁ ବାଧ୍ୟ ହେଉଛୁ। ଦିନକୁ ଅଳ୍ପ କିଛି ପୋଷାକ ବିକ୍ରି ହେଉଥିଲେ ମଧ୍ୟ ଯେପରି ଲାଭ ମିଳିବା କଥା ତାହା ପାଉନାହୁଁ।
-ସତ୍ୟ ବେହେରା
ପୋଷାକ ବ୍ୟବସାୟୀ, ଅନୁଗୋଳ

ମୂଲଚାଲ କରି ମୁହଁ ଫେରାଉଛନ୍ତି
କରୋନା ପ୍ରଭାବ ପୂର୍ବପରି ନ ଥିବାରୁ ଏବେ ବଜାରରେ ଗହଳି ହେଉଛି। ଗ୍ରାମାଞ୍ଚଳ ଲୋକ ମଧ୍ୟ ବଜାର ଆସୁଥିବା ଦେଖାଯାଉଛି। ଗତ ପୂଜା ବଜାରରେ ସେତେଟା ଉତ୍ସାହ ନ ଥିଲା। ଲୋକେ କିଣାକିଣି କରିବାର ସୁଯୋଗ ପାଇ ନ ଥିଲେ। ତେଣୁ ପ୍ରଥମାଷ୍ଟମୀରେ ପିଲାଙ୍କ ପାଇଁ ପୋଷାକ କିଣିବାକୁ ସେମାନେ ଚାହିଁବେ ବୋଲି ଭାବିଥିଲୁ। ସେଥିପାଇଁ ରାଜ୍ୟ ବାହାରୁ ନୂଆ ନୂଆ ଡିଜାଇନ୍‌ର ଡ୍ରେସ୍‌ ଆଣିଥିଲୁ। କିନ୍ତୁ ପ୍ରଥମାଷ୍ଟାମୀ ଆଉ ଦିନଟିଏ ଥିବାବେଳେ ପୋଷାକ ବିକ୍ରି ସେପରି ନାହିଁ। ମୂଲଚାଲ କରି ଗ୍ରାହକ ଫେରିଯାଉଛନ୍ତି।
-ସୁଶୀଲ ଦେହୁରୀ, ପୋଷାକ ବ୍ୟବସାୟୀ, ଅନୁଗୋଳ

ସରସ୍ବତୀ ପୂଜାକୁ ଅପେକ୍ଷା
ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଡିଜାଇନ୍‌ର ଡ୍ରେସ୍‌ ଦୋକାନରେ ରଖାଯାଇଛି। କରୋନା ଭୟ ବହୁମାତ୍ରାରେ ଦୂର ହୋଇଥିବାରୁ ବ୍ୟବସାୟ ଜୋର୍‌ ଧରିବାର ଆଶା ରହିଥିଲା। କିନ୍ତୁ ଅଧିକାଂଶ ଗ୍ରାହକଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବା ଦେଖାଯାଉଛି। କାରଣ ଗତବର୍ଷ ଯେଉଁମାନେ ପ୍ରଥମାଷ୍ଟମୀ ପାଇଁ ଦୁଇରୁ ତିନି ହଳ ପୋଷାକ ନେଉଥିଲେ ଚଳିତବର୍ଷ ସେମାନେ ହଳକରେ ସନ୍ତୁଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ବେପାର ପାଇଁ ଆସନ୍ତାବର୍ଷର ସରସ୍ବତୀ ପୂଜା ଯାଏ ଅପେକ୍ଷା କରିବାକୁ ପଡ଼ିବ।
-ପୱନ ମାଣ୍ଡୋଠିଆ, ବ୍ୟବସାୟୀ, ଅନୁଗୋଳ

ବର୍ଷକର ବେପାର ଚାଲିଗଲା
ମହାମାରୀ ଆସିବା ଦିନଠାରୁ ଏଯାଏ ହାତଖୋଲା ବେପାର କରିନାହୁଁ। କିଛିମାସ ଦୋକାନ ବନ୍ଦ ରହିଥିଲା। ପୂଜା ପୂର୍ବରୁ ଯଦି ସଂକ୍ରମଣ ଏପରି ହ୍ରାସ ପାଇଥାନ୍ତା ତା’ହେଲେ ବ୍ୟବସାୟ ମାନ୍ଦା ପଡ଼ି ନ ଥାନ୍ତା। ବର୍ଷକର ସବୁଠାରୁ ଅଧିକ ଆୟ ପୂଜା ପାର୍ବଣ ବେଳେ କରିଥାଉ। କିନ୍ତୁ ଚଳିତବର୍ଷ ତାହା ହୋଇ ନ ଥିବାବେଳେ ପ୍ରଥମାଷ୍ଟାମୀ ମଧ୍ୟ ନିରାଶ କଲାଣି। ଲୋକେ ସ୍ବାସ୍ଥ୍ୟକୁ ନେଇ ସଚେତନ ଥିବାରୁ ସେଥିରେ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ତେଣୁ ଡ୍ରେସ୍‌ ଓ ଅନ୍ୟ ସାମଗ୍ରୀ କିଣାକିଣି କାଟଛାଣ୍ଟ କରିଥିବାରୁ ପୋଷକ ବିକ୍ରି ପୂର୍ବପରି ହେଉନାହିଁ।
-ଦୀପକ ଅଗ୍ରୱାଲ, ପୋଷାକ ବ୍ୟବସାୟୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri