Categories: Home Leftଖେଳ

ଟିମ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: କ୍ରିକେଟ ପ୍ରେମୀ ଶୁଣିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଦଳର ପ୍ରମୁଖ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ସେ ବର୍ତ୍ତମାନ ହାମଷ୍ଟ୍ରିଂ ଆଘାତରୁ ସୁସ୍ଥ ହେଉଛନ୍ତି। ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ତାଙ୍କୁ ଆହୁରି କିଛି ସମୟ ଲାଗିବ। ‘ରିଟର୍ଣ୍ଣ ଟୁ ପ୍ଲେ’ ଆସେସମେଣ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରସିଦ୍ଧ କୃଷ୍ଣା ନ୍ୟୁଜିଲାଣ୍ଡ-ଏ ବିପକ୍ଷ ତୃତୀୟ ତଥା ଶେଷ ଚାରିଦିନିଆ ମ୍ୟାଚ ପାଇଁ ଇଣ୍ଡିଆ-ଏ ଦଳରେ ଯୋଗଦେବେ।

୨୦୨୬ ଅକ୍ଟୋବର ୩୧ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଦ୍ୱିତୀୟ ଚାରିଦିନିଆ ମ୍ୟାଚ ପାଇଁ ମହମ୍ମଦ ସିରାଜଙ୍କୁ ଇଣ୍ଡିଆ-ଏ ଦଳରେ ସାମିଲ କରାଯାଇଛି। ଏହା ସହିତ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ତୃତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ପାଇଁ ଇଣ୍ଡିଆ-ଏ ଦଳରେ ସ୍ଥାନ ମିଳିଛି। ତାଙ୍କୁ ପ୍ରଥମ ୩ଟି ମ୍ୟାଚ ପାଇଁ ଭାରତୀୟ ଦିନିକିଆ ଦଳରେ ଚୟନ କରାଯାଇଥିଲା। କିନ୍ତୁ ଏବେ ପ୍ରଥମ ଦିନିକିଆ ମ୍ୟାଚ ପରେ ସେ ଇଣ୍ଡିଆ-ଏ ଦଳରେ ଯୋଗଦେବେ।

 

Dharitri – Odisha’s No.1 Odia Daily

Share