Categories: ଜାତୀୟ

ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ,୩୦।୧୧: ସାଉଥ ଏସିଆ ଅଫ୍‌ ଗ୍ରୁପ୍‌-ଏମ୍‌ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ ହୋଇଛନ୍ତି। ଏପରିକି ଏଏଏଆଇର ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଶାନ୍ତ ୨୦୨୨-୨୩ ବର୍ଷ ପାଇଁ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ଏଏଏଆଇ ପକ୍ଷରୁ କୁହାଯାଇଛି। ସେହିଭଳି ହାଭାସ୍‌ ଗ୍ରୁପ୍‌ ଇଣ୍ଡିଆର ଗ୍ରୁପ୍‌ ସିଇଓ ରାଣା ବରୁଆ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବିଶନଦାସ ହର୍ଦାସାନି, କୁନାଲ ଲାଲାନି, ରୋହନ ମେହେଟା, ଚନ୍ଦ୍ରମୌଳି ମୁଥୁ, ଶ୍ରୀଧର ରାମାସୁବ୍ରମଣ୍ୟନ୍‌, ଶଶିଧର ସିହ୍ନା, କେ. ଶ୍ରୀନିବାସ ଏବଂ ବିବେକ ଶ୍ରୀବାସ୍ତବ ସଂଘର ବୋର୍ଡକୁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ଏଏଏଆଇର ସଭାପତି ପ୍ରଶାନ୍ତ କୁମାର (ପି.କେ.) କହିଛନ୍ତି, ଏଭଳି ଏକ ସମ୍ମାନଜନକ ସଙ୍ଗଠନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ପି.କେ. ଗ୍ରୁପ୍‌-ଏମ୍‌ ସହ ଜଡ଼ିତ ରହିବା ସହିତ ବିଜ୍ଞାପନ ଶିଳ୍ପରେ କାର୍ଯ୍ୟ କରିସାରିଛନ୍ତି। ସେ ଏହା ପୂର୍ବରୁ ପେପ୍‌ସି, ଦି ହିନ୍ଦୁ, ଦି ମିଡିଆ ଏଜ୍‌ ଏବଂ ମ୍ୟାକ୍‌କାନ୍‌ ଏରିକ୍ସନ୍‌ ଭଳି ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୨୦୨୦-୨୨ ପର୍ଯ୍ୟନ୍ତ ଏଏଏଆଇର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି।

Share