ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ,୧।୧୨: ସାଉଥ ଏସିଆ ଅଫ୍‌ ଗ୍ରୁପ୍‌-ଏମ୍‌ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ ହୋଇଛନ୍ତି। ଏପରିକି ଏଏଏଆଇର ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଶାନ୍ତ ୨୦୨୨-୨୩ ବର୍ଷ ପାଇଁ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ଏଏଏଆଇ ପକ୍ଷରୁ କୁହାଯାଇଛି।

ସେହିଭଳି ହାଭାସ୍‌ ଗ୍ରୁପ୍‌ ଇଣ୍ଡିଆର ଗ୍ରୁପ୍‌ ସିଇଓ ରାଣା ବରୁଆ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ମ୍ୟାଟ୍ରିକ୍ସ ପବ୍ଲିକେଶନ୍ସ ଏବଂ ମିଡିଆ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବିଶନଦାସ ହର୍ଦାସାନି, କ୍ରାୟନ୍ସ ଆଡଭର୍ଟାଇଜିଂ ପ୍ରା.ଲି.ର କୁନାଲ ଲାଲାନି, କିନ୍ନେକ୍ଟ ପ୍ରା.ଲି.ର ରୋହନ ମେହେଟା, କୋଚିନ୍‌ର ମୈତ୍ରୀ ଆଡଭର୍ଟାଇଜିଂ ଓ୍ବାର୍କସ୍‌ ପ୍ରା.ଲି.ର ଚନ୍ଦ୍ରମୌଳି ମୁଥୁ,ବିଇହାଇଭ କମ୍ୟୁନିକେଶନ୍ସ ପ୍ରା.ଲି.ର ଶ୍ରୀଧର ରାମାସୁବ୍ରମଣ୍ୟନ୍‌, ଇନିସିଏଟିଭ୍‌ ମିଡିଆ ଇଣ୍ଡିଆ ପ୍ରା.ଲି.ର ଶଶିଧର ସିହ୍ନା, ହାଇଦ୍ରାବାଦର ସ୍ଲୋକା ଆଡଭର୍ଟାଇଜିଂ ପ୍ରା.ଲି.ର କେ. ଶ୍ରୀନିବାସ ଏବଂ ଇନ୍‌ଓସେନ ଓ୍ବାଲର୍ଡଓ୍ବାଇଡ୍‌ କମ୍ୟୁନିକେଶନ ପ୍ରା.ଲି.ର ବିବେକ ଶ୍ରୀବାସ୍ତବ ସଂଘର ବୋର୍ଡକୁ ପର୍ଯ୍ୟାୟକ୍ରମେ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂଘର ପୂର୍ବତନ ସଭାପତି ଅନୁପ୍ରିୟା ଆଚାର୍ଯ୍ୟ ୨୦୨୨-୨୩ ପାଇଁ ଏଏଏଆଇ ବୋର୍ଡର ପୂର୍ବତନ ଅଫିସିଆଲ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ଏଏଏଆଇର ସଭାପତି ପ୍ରଶାନ୍ତ କୁମାର (ପି.କେ.) କହିଛନ୍ତି ,ଏଭଳି ଏକ ସମ୍ମାନଜନକ ସଙ୍ଗଠନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏପରିକି ଯଦି ଆମେ ଏକାଠି କାମ କରିବା ତେବେ ଆମେ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇପାରିବା ବୋଲି ସେ ମତପ୍ରକାଶ କରିଛନ୍ତି। ଏଏଏଆଇ ମଧ୍ୟରେ ଥିବା ମୋର ସାଥୀ ଏବଂ ସହକର୍ମୀମାନେ ଆଗାମୀ ଦିନରେ ଆବଶ୍ୟକ ସହଯୋଗ କରିବେ ବୋଲି ମୋର ଆଶା ରହିଛି। ସେହିଭଳି ଏଏଏଆଇର ବିଦାୟୀ ସଭାପତି ଅନୁପ୍ରିୟା ଆଚାର୍ଯ୍ୟ କହିଛନ୍ତି, ଗତ ୨ ବର୍ଷ ଧରି ଏଏଏଆଇର ସଭାପତି ଭାବେ କାର୍ଯ୍ୟ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା।

ସେ ଦୀର୍ଘଦିନ ଧରି ଭାରତୀୟ ଗଣମାଧ୍ୟମ ଏବଂ ବିଜ୍ଞାପନ ଶିଳ୍ପର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି। ମୁଁ ନିଶ୍ଚିତ ଯେ ସେ ଆସୋସିଏସନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ସହ ବିକାଶମୂଳକ କାର୍ଯ୍ୟ ଜାରି ରଖିବେ।ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ପି.କେ. ଗ୍ରୁପ୍‌-ଏମ୍‌ ସହ ଜଡ଼ିତ ରହିବା ସହିତ ବିଜ୍ଞାପନ ଶିଳ୍ପରେ କାର୍ଯ୍ୟ କରିସାରିଛନ୍ତି। ସେ ଏହା ପୂର୍ବରୁ ପେପ୍‌ସି, ଦି ହିନ୍ଦୁ, ଦି ମିଡିଆ ଏଜ୍‌ ଏବଂ ମ୍ୟାକ୍‌କାନ୍‌ ଏରିକ୍ସନ୍‌ ଭଳି ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୨୦୨୦-୨୨ ପର୍ଯ୍ୟନ୍ତ ଏଏଏଆଇର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri