Categories: ଜାତୀୟ

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା ମିଶନ ୨୦୨୪ କିମ୍ବା ଲୋକ ସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଜୋର ଧରିଛି।

ପ୍ରଶାନ୍ତ କିଶୋରଙ୍କ ନିକଟ ସୂତ୍ରରୁ କୁହାଯାଇଛି, ମମତା ବାନାର୍ଜୀ ଏବଂ ଏମ୍‌.କେ ଷ୍ଟାଲିନଙ୍କୁ ସମର୍ଥନ କରିଥିବା ସମସ୍ତ ନେତାଙ୍କୁ ସେ ଭେଟିବେ। କିନ୍ତୁ ୨୦୨୪ ନିର୍ବାଚନ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ମିଳିତ ବିରୋଧୀ ଦଳକୁ ଏକ ପ୍ରାର୍ଥୀ ଛିଡା କରିବା ଏହାର ଉଦେଶ୍ୟ ହୋଇପାରେ। ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରଶାନ୍ତ କୌଣସି ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

Share