Categories: ଜାତୀୟ

କଂଗ୍ରେସରେ ଯୋଗ ଦେବେନି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୬।୪: କଂଗ୍ରେସରେ ଯୋଗ ଦେବାକୁ ମନା କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯଓ୍ବୋଲା ମଙ୍ଗଳବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ଗତ ଅନେକ ଦିନ ଧରି ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ।
ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକରେ ଏକାଠି ହୋଇଥିଲେ। ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ଏବଂ ସେ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା।

Share