Categories: ଜାତୀୟ

କ୍ୟାପଟେନ ଅମରିନ୍ଦର ସିଂଙ୍କ ‘ମୁଖ୍ୟ ପରାମର୍ଶଦାତା’ ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ଚଣ୍ଡିଗଡ଼,୫ ।୮: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶେ।।ର ପଞ୍ଜାବ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ‘ମୁଖ୍ୟ ପରାମର୍ଶଦାତା’ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ସମୟରେ ପ୍ରଶାନ୍ତ କିଶୋର ଲେଖିଛନ୍ତି, ସାଧାରଣ ଜୀବନରେ ସକ୍ରିୟ ଭୂମିକାରୁ ଅସ୍ଥାୟୀ ଛୁଟି ନେବାକୁ ମୁଁ ନିଷ୍ପତ୍ତି ନଇଛି । ତେଣୁ ଆପଣଙ୍କ ‘ମୁଖ୍ୟ ପରାମର୍ଶଦାତା’ ଭାବେରେ ମୁଁ ଆଉ ପଦ ସମ୍ଭାଳି ପାରିବି ନାହିଁ । ଦୟାକରି ମୋତେ ଏ ଦାୟିତ୍ୱରୁ ମୁକ୍ତି ଦିଅନ୍ତୁ । ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର ଚଳିତ ବର୍ଷ କ୍ୟାପଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ପଞ୍ଜାବରେ ଆସନ୍ତା ବର୍ଷ ହେବ ବିଧାନସଭା ନିର୍ବାଚନ । ପ୍ରଶାନ୍ତ କିଶୋର ୨୦୧୭ରେ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ନିର୍ବାଚନ ଅଭିଯାନର ମଙ୍ଗ ଧରିଥିଲେ । ଫଳରେ ସେଠାରେ କଂଗ୍ରେସ ସରକାର ଗଠନ କରିଥିଲା ।

Share