Categories: ଜାତୀୟ

କଂଗ୍ରେସରେ ସାମିଲ ହୋଇପାରନ୍ତି ପିକେ

ନୂଆଦିଲ୍ଲୀ,୨୯।୭: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ଗତ କିଛି ଦିନରୁ ଏନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଏହି ଭେଟିବା ପରେ ଏନେଇ ଲାଗିରହିଥିବା ସମ୍ଭାବନା ଆହୁରି ବଢ଼ିଯାଇଛି। ହେଲେ ଏବେ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। କାରଣ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ପିକେ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେଇପାରନ୍ତି। ଏସମ୍ବନ୍ଧରେ ରାହୁଲ ଗାନ୍ଧୀ ଦଳର ନେତାମାନଙ୍କଠାରୁ ପରାମର୍ଶ ମାଗିଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

Share