Posted inଜାତୀୟ

ମୋଦିଙ୍କଠାରୁ ଆରମ୍ଭ କରି ଷ୍ଟାଲିନ: ଯେତେବେଳେ ରାଜନୀତିର ଦିଗ୍ଗଜ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ ପ୍ରଶାନ୍ତ କିଶୋର; ଆଜି ଦିଲ୍ଲୀକୁ କଲେ ଥରହର

ନୂଆଦିଲ୍ଲୀ,୩।୮: ଯେତେବେଳେ ଚାଣକ୍ୟ ସାଜିଥିଲେ ପ୍ରଶାନ୍ତ କିଶୋର: ଦିନେ ପରଦା ପଛରେ ରହି ନିର୍ବାଚନୀ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର (PK) ଆଜି ନିଜେ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବିହାରର ବାଙ୍କୀପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରଶାନ୍ତ କିଶୋର କମାଲ କରିଛନ୍ତି। ବିଜେପିର ଗଡ଼ କୁହାଯାଉଥିବା ଏହି ଆସନରେ PK ଙ୍କୁ ବିପୁଳ ବିଜୟ ମିଳିଛି। ସେ ୧୮,୯୫୩ ଭୋଟ୍‌ରେ ବିଜେପି ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ବିଗତ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଶାନ୍ତ କିଶୋର ଜଣେ ନିର୍ବାଚନୀ ରଣନୀତିକାରରୁ ପ୍ରାର୍ଥୀ ପର୍ଯ୍ୟନ୍ତ ଏକ ସଫଳ ଯାତ୍ରା ଅତିକ୍ରମ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଦେଶର ଅନେକ ବଡ଼ ନେତା ଓ ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ଆସନ୍ତୁ ଜାଣିବା PK କେଉଁ କେଉଁ ନେତାଙ୍କ ‘ଚାଣକ୍ୟ’ ସାଜିଥିଲେ:-

I-PAC ନାମରେ ଗଢ଼ିଥିଲେ କମ୍ପାନୀ

ପ୍ରଶାନ୍ତ କିଶୋରଙ୍କ ଏଜେନ୍ସିର ନାମ I-PAC (Indian Political Action Committee)। ୨୦୧୩ରେ PK ଏବଂ ତାଙ୍କ ସହଯୋଗୀମାନେ ଏହାକୁ ପ୍ରତିଷ୍ଠା କରିଥିଲେ। ଆରମ୍ଭରୁ ଏହାର ଲକ୍ଷ୍ୟ ଥିଲା ଭାରତୀୟ ନିର୍ବାଚନୀ ରାଜନୀତିରେ ଡାଟା, ଟେକ୍ନୋଲୋଜି ଏବଂ ପ୍ରୋଫେସନାଲ୍ କ୍ୟାମ୍ପେନ୍ ମ୍ୟାନେଜମେଣ୍ଟ ଆଣିବା। ପରବର୍ତ୍ତୀ ସମୟରେ I-PAC ନିର୍ବାଚନୀ ରଣନୀତି ତିଆରି କରିବା ଆରମ୍ଭ କଲା। ଏହା କୌଣସି ଦଳ ପାଇଁ କେବଳ ଆଡଭର୍ଟାଇଜମେଣ୍ଟ କିମ୍ବା ସୋସିଆଲ ମିଡିଆ ସମ୍ଭାଳେ ନାହିଁ, ବରଂ ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରଚାରର ରଣନୀତି ପ୍ରସ୍ତୁତ କରେ। ତେବେ ୨୦୨୧ ପରେ ପ୍ରଶାନ୍ତ କିଶୋର ସକ୍ରିୟ ନିର୍ବାଚନୀ କନ୍‌ସଲ୍ଟେନ୍ସିରୁ ଦୂରେଇ ଯାଇଥିଲେ।

PM ମୋଦୀଙ୍କ ସହ ଆରମ୍ଭ ହୋଇଥିଲା ଯାତ୍ରା

ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ସେ ବିଜେପିର ନିର୍ବାଚନୀ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଟିମ୍ ଡାଟା ଆନାଲିଟିକ୍ସ, ବୁଥ୍ ମ୍ୟାନେଜମେଣ୍ଟ, ସୋସିଆଲ ମିଡିଆ କ୍ୟାମ୍ପେନ୍ ଏବଂ ଭୋଟରଙ୍କ ପାଖରେ ପହଞ୍ଚିବାର ନୂଆ ଉପାୟ ଉପରେ କାମ କରିଥିଲା। ‘ଚାଏ ପର ଚର୍ଚ୍ଚା’, 3D ରାଲି ଏବଂ ଡିଜିଟାଲ କ୍ୟାମ୍ପେନ୍ ଭଳି ପ୍ରୟୋଗ ବିଜେପିର ପ୍ରଚାର ଅଭିଯାନକୁ ନୂଆ ଦିଶା ଦେଇଥିଲା। ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଲା ଏବଂ PK ଜାତୀୟ ରାଜନୀତିର ଜଣାଶୁଣା ଚେହେରା ପାଲଟିଗଲେ।

ନୀତୀଶ କୁମାରଙ୍କ ପାଇଁ ତିଆରି କରିଥିଲେ ରଣନୀତି

ଏହା ପରେ ୨୦୧୫ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ମହାଗଠବନ୍ଧନ ପାଇଁ କାମ କରିଥିଲେ। ନୀତୀଶ କୁମାର, ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସର ମହାଗଠବନ୍ଧନ ବିଜେପିକୁ ହରାଇ ସତ୍ତା ଜାବୁଡ଼ି ରଖିଥିଲା। ଏହି ବିଜୟ ପରେ ରଣନୀତିକାର ଭାବେ PKଙ୍କ ସୁନାମ ଆହୁରି ମଜବୁତ ହେଲା। ପରବର୍ତ୍ତୀ ସମୟରେ ସେ କିଛି ଦିନ ପାଇଁ ଜନତା ଦଳ (ୟୁନାଇଟେଡ୍‌) ରେ ମଧ୍ୟ ଯୋଗ ଦେଇଥିଲେ। PKଙ୍କୁ ଦଳର ଜାତୀୟ ସଭାପତି କରାଯାଇଥିଲା। ତେବେ ମତଭେଦ ଯୋଗୁଁ ସେ JDUରୁ ଓହରି ଯାଇଥିଲେ।

ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପ୍ରତ୍ୟାବର୍ତ୍ତନ

୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ରଣନୀତି ତିଆରି କରିଥିଲେ। ‘କଫି ୱିଥ୍ କ୍ୟାପଟେନ୍’ ଏବଂ ‘ହଲକେ ୱିଚ୍ କ୍ୟାପଟେନ୍’ ଭଳି କ୍ୟାମ୍ପେନ୍ ବେଶ୍ ଚର୍ଚ୍ଚାରେ ରହିଥିଲା। କଂଗ୍ରେସ ନିର୍ବାଚନ ଜିତିଲା ଏବଂ କ୍ୟାପଟେନ୍ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଉତ୍ତର ପ୍ରଦେଶରେ ଚାଲିନଥିଲା ଯାଦୁ

୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ କାମ କରିଥିଲେ। କଂଗ୍ରେସ ଓ ସମାଜବାଦୀ ପାର୍ଟିର ମେଣ୍ଟ ହୋଇଥିଲା, କିନ୍ତୁ ନିର୍ବାଚନରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ‘ୟୁପି କେ ଲଡ଼କେ’ ଜୋଡ଼ି ଚାଲିନଥିଲା। ବିଜେପି ବିପୁଳ ବିଜୟ ହାସଲ କରିଥିଲା। ୨୦୧୭ ୟୁପି ନିର୍ବାଚନକୁ PKଙ୍କ କ୍ୟାରିୟରର ବଡ଼ ନିର୍ବାଚନୀ ବିଫଳତା ଭାବେ ଗଣାଯାଏ।

ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ଐତିହାସିକ ବିଜୟ

୨୦୧୯ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ YSR କଂଗ୍ରେସ ନେତା ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କ ପାଇଁ PKଙ୍କ ଟିମ୍ ରଣନୀତି ପ୍ରସ୍ତୁତ କରିଥିଲା। ଜଗନ ବହୁତ ବଡ଼ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିଥିଲେ। ଏହି ନିର୍ବାଚନ ଦକ୍ଷିଣ ଭାରତରେ ମଧ୍ୟ PKଙ୍କ ରଣନୈତିକ ଦକ୍ଷତାକୁ ପ୍ରତିଷ୍ଠିତ କରିଥିଲା।

ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଖୋଲିଥିଲା ଦିଲ୍ଲୀ ଗାଦିର ରାସ୍ତା

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଟିମ୍ I-PAC ଆମ୍ ଆଦ୍‌ମୀ ପାର୍ଟି (AAP) ପାଇଁ ରଣନୀତି ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନ ହାରିବା ପରେ AAP ପାଇଁ ୨୦୨୦ ବିଧାନସଭା ନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ସମୟରେ କେଜ୍ରିୱାଲ I-PAC କୁ ପ୍ରଚାର ଦାୟିତ୍ୱ ଦେଇଥିଲେ। ଫଳସ୍ୱରୂପ AAP ୭୦ରୁ ୬୨ଟି ଆସନ ଜିତି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିଥିଲା। ବିଜେପିକୁ ୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ମଧ୍ୟ ଖୋଲିପାରିନଥିଲା।

ମମତା ବାନାର୍ଜୀଙ୍କ ତୃତୀୟ ବିଜୟ

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ଏବଂ I-PAC ତୃଣମୂଳ କଂଗ୍ରେସ ପାଇଁ ରଣନୀତି ତିଆରି କରିଥିଲେ। ବିଜେପି ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ ମଧ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଥିଲେ। ନିର୍ବାଚନ ପୂର୍ବରୁ PKଙ୍କ ଦାବି ମଧ୍ୟ ଚର୍ଚ୍ଚାରେ ଥିଲା ଯେ ବିଜେପି ୧୦୦ରୁ ଅଧିକ ଆସନ ଜିତିଲେ ସେ ରଣନୀତିକାର କାମ ଛାଡ଼ିଦେବେ। ଶେଷରେ ବିଜେପି ୧୦୦ରୁ କମ୍‌ ଆସନରେ ସୀମିତ ରହିଥିଲା।

ତାମିଲନାଡୁରେ ଷ୍ଟାଲିନ୍‌ଙ୍କୁ କ୍ଷମତାକୁ ଆଣିଥିଲେ

୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ DMK ପାଇଁ ମଧ୍ୟ PKଙ୍କ ଟିମ୍ ରଣନୀତି ତିଆରି କରିଥିଲା। ଏମ୍.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱରେ DMK ୧୦ ବର୍ଷ ପରେ କ୍ଷମତାକୁ ଫେରିଥିଲା। ଏହି ବିଜୟ ପରେ PK ଦେଶର ସବୁଠାରୁ ସଫଳ ନିର୍ବାଚନୀ ରଣନୀତିକାର ଭାବେ ନିଜ ସ୍ଥାନ ଆହୁରି ମଜବୁତ କରିଥିଲେ।

କେଉଁ କେଉଁ ନିର୍ବାଚନରେ ମିଳିଥିଲା ସଫଳତା?

ଜଣେ ନିର୍ବାଚନୀ ରଣନୀତିକାର ଭାବେ ପ୍ରଶାନ୍ତ କିଶୋରଙ୍କୁ ୨୦୧୪ ଲୋକସଭା ନିର୍ବାଚନରେ (ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ପାଇଁ), ୨୦୧୫ ବିହାର ବିଧାନସଭା ନିର୍ବାଚନରେ (ମହାଗଠବନ୍ଧନ ଓ ନୀତୀଶ କୁମାରଙ୍କ ପାଇଁ), ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ (କଂଗ୍ରେସ ଓ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପାଇଁ), ୨୦୧୯ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ (YSR କଂଗ୍ରେସ ଓ ଜଗନ ମୋହନ ରେଡ୍ଡୀଙ୍କ ପାଇଁ), ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ (TMC ଓ ମମତା ବାନାର୍ଜୀଙ୍କ ପାଇଁ) ଏବଂ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ (DMK ଓ ଏମ୍.କେ. ଷ୍ଟାଲିନ୍‌ଙ୍କ ପାଇଁ) ବିପୁଳ ସଫଳତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?