Categories: ଜାତୀୟ

ଟଙ୍କାଏ ଜରିମାନା ଦେଲେ ପ୍ରଶାନ୍ତ ଭୁଷଣ

ନୂଆଦିଲ୍ଲୀ, ୧୪।୯: ନ୍ୟାୟପାଳିକାର ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ସୋମବାର କୋର୍ଟରେ ଟଙ୍କାଏ ଜରିମାନା ଦାଖଲ କରିଛନ୍ତି। ଏକ ଟଙ୍କାର ଟ୍ରାଫ୍ଟ କରି ସେ ଏହାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମା କରିଛନ୍ତି। ଏହି ମାମଲାର ପୁନର୍ବିଚାର କରିବାକୁ ପ୍ରଶାନ୍ତ କରିଛନ୍ତି। ତାଙ୍କ ବନ୍ଧୁ ରାଜୀବ ଧାଓ୍ବନ ଦେଇଥିବା ଏକ ଟଙ୍କାର ଉପହାରକୁ ସେ ଜରିମାନା ଭାବେ ଦାଖଲ କରିଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ଜରିମାନା ଦାଖଲ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଜମା ନ କଲେ ୩ ମାସ ଜେଲଦଣ୍ଡ ଭୋଗୀବାକୁ ପଡ଼ିବ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଚେତାବନୀ ଦେଇଥିଲେ। ଧାର୍ଯ୍ୟ ଜରିମାନା ଦାଖଲ ନ କଲେ ପ୍ରଶାନ୍ତଙ୍କର ପ୍ରାକ୍ଟିକ୍ସ୍‌ ଉପରେ ୩ ବର୍ଷ ପର୍ଯ୍ୟନ୍ତ କଟକଣା ଲାଗୁ ହେବ ବୋଲି କୋର୍ଟ କହିଥିଲେ। ସୂଚନାଯୋଗ୍ୟ, ନ୍ୟାୟପାଳିକା ଏବଂ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା।

Share