ଦୁଇଜଣଙ୍କ କଳିରୁ ଫାଇଦା ଉଠାଇଲେ ପ୍ରସନ୍ନ

ସମ୍ବଲପୁର,୧୨ା୪(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା ହେବା ପରେ ଏହି କ୍ଷେତ୍ରରୁ ସମ୍ବଲପୁର ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାମ ନେଇ ହେଉଥିବା ଚର୍ଚ୍ଚାରେ ଅନ୍ତ ଘଟିଛି। ଦୁଇ ଜଣଙ୍କ କଳିରେ ତୃତୀୟ ବ୍ୟକ୍ତି ଭାବେ ପ୍ରସନ୍ନଙ୍କ ନିକଟକୁ ଟିକେଟ ଯିବା ଅନେକଙ୍କୁ ଆଚମ୍ବିତ କରିଛି।
ପ୍ରସନ୍ନଙ୍କ ପାଇଁ ସମ୍ବଲପୁର ନୂଆ ହୋଇ ନ ଥିଲେ ମଧ୍ୟ ସେ ଏହା ପୂର୍ବରୁ କେବେହେଲେ ସମ୍ବଲପୁର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ବିଜେଡି ଟିକେଟ୍‌ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ୩ଥର ଜିତିଛନ୍ତି। ୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ସେ ସମ୍ବଲପୁର ଲୋକ ସଭା ପ୍ରାର୍ଥିତ୍ୱରୁ ଓହରି ରେଢ଼ାଖୋଲ ବିଧାନସଭା ଆସନରୁ ବିଜୟୀ ହୋଇ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୧୪ ନିର୍ବାଚନରରେ ବରଗଡ଼ ଜିଲା ବିଜେପୁର ବିଧାନସଭା ଅସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହେବା ପରେ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ରହିଥିଲେ। ସୂଚନାଯୋଗ୍ୟ, ସେ ସମ୍ବଲପୁର ସହିତ ଛାତ୍ର ଜୀବନରୁ ସଂଶ୍ଳିଷ୍ଟ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସନ୍ନ ବହୁପୂର୍ବରୁ ତାଙ୍କ ପସନ୍ଦର ବିଧାନସଭା ଆସନ ରେଢ଼ାଖୋଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ଗହଣରେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ସଭାରେ ଯୋଗଦେଇ ଭୋଟରଙ୍କ ନିକଟତର ହେବା ପ୍ରୟାସ ଜାରି ରଖିଥିଲେ। ତେବେ ଗତ ମାର୍ଚ୍ଚ ୧୪ରେ ରେଢ଼ାଖୋଲ ନିକଟରେ ସେ ଏକ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ। ତେଣୁ କିଛିଦିନ ତାଙ୍କ ନିର୍ବାଚନୀ ପ୍ରସ୍ତୁତି ସ୍ଥଗିତ ରହିଥିଲା। ଏପରିକି ସେ ନିର୍ବାଚନରେ ଅବତୀର୍ଣ୍ଣ ହେବେ କି ନାହିଁ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଗତ ଅପ୍ରେଲ୍‌ ୨ ତାରିଖରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହେଲା ପରେ ତାଙ୍କ ନିର୍ବାଚନ ନ ଲଢ଼ିବା ଆଶଙ୍କା ଦୂର ହୋଇଥିଲା।
ଅନ୍ୟପକ୍ଷରେ ସମ୍ବଲପୁର ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସଙ୍କ ଭଳି ଅନେକ ବଜେଡି ଟିକେଟ୍‌ ଆଶାୟୀ ରହିଥିଲେ। ଫଳରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ ଆଶଙ୍କାରେ ଡା. ପାଣିଗ୍ରାହୀଙ୍କ ସମର୍ଥକମାନେ ସମ୍ବଲପୁରରେ ତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ଏପରିକି ସମ୍ବଲପୁର ଲୋକ ସଭା ଆସନରେ ପ୍ରାର୍ଥୀ ଘୋଷିତ ହେବାପରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ଗ୍ରହଣ ପାଇଁ ସମ୍ବଲପୁର ଗସ୍ତରେ ଯାଇ ଡା. ପାଣିଗ୍ରାହୀଙ୍କୁ ସାକ୍ଷାତ୍‌ କରିବାକୁ ଯାଇଥିଲେ। ଏହି ସମୟରେ ଡା. ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରା ନ ଗଲେ ଆଗାମୀ ନିର୍ବାଚନରେ ତାଙ୍କ ସମର୍ଥକମାନେ ନୀରବ ରହିବେ ବୋଲି ତାଙ୍କୁ ଚେତାବନୀ ଦେଇଥିଲେ। ହୁଏତ ସମ୍ବଲପୁର ଆସନରେ ପ୍ରାର୍ଥୀ ହେବାକୁ ଡା. ପାଣିଗ୍ରାହୀଙ୍କ ଏହି ଚାଲି ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଅପ୍ରତ୍ୟାଶିତ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରସନ୍ନଙ୍କୁ ସମ୍ବଲପୁର ଆସନରେ ପ୍ରାର୍ଥୀ ଘୋଷଣା କରିବା ସମଗ୍ର ରାଜନୈତିକ ମହଲକୁ ଚକିତ କରିଦେଇଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ବିଜେଡିର ଲୋକ ସଭା ପ୍ରାର୍ଥୀ ପ୍ରଣବଙ୍କ ଭୋଟକୁ ସୁଦୃଢ଼ କରିବା ଲାଗି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।
ଭାଜପାରୁ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ତେଣୁ ସମ୍ବଲପୁର ବିଧାନସଭା ଆସନରେ ବିଜେଡି ଓ ଭାଜପାର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ ବୋଲି ସ୍ଥାନୀୟ ଅଧିବାସୀ ମତ ଦେଉଛନ୍ତି। ଝାଡ଼ୁଆପଡ଼ାର ରାଜନୈତିକ ସମୀକ୍ଷକ ଅଭିଷେକ ମିଶ୍ର କହିଛନ୍ତି, ପ୍ରସନ୍ନଙ୍କ ବଦଳରେ ସମ୍ବଲପୁର ସହରର ସ୍ଥାନୀୟ ନେତା ପ୍ରାର୍ଥୀ ହୋଇଥିଲେ ଅଧିକ ଗ୍ରହଣୀୟ ହୋଇଥାଆନ୍ତେ। ତେବେ ଏହା ବିଜେଡିର ନିଜସ୍ବ ନିଷ୍ପତ୍ତି।
ସେହିପରି ଗୋବିନ୍ଦତୋଲାର ଆନନ୍ଦ ମିଶ୍ର କହିଛନ୍ତି, ପ୍ରସନ୍ନ ଜଣେ ଉତ୍ତମ ରାଜନୈତିଜ୍ଞ। ସେ ରାଢ଼ାଖୋଲରେ ବିଧାୟକ ଥିବା ସମୟରେ ଏଠାରେ ଅନେକ ବିକାଶ ମଧ୍ୟ ହୋଇଛି। ତେବେ କିଛିଦିନ ତଳେ ପ୍ରସନ୍ନଙ୍କ ପୁତୁରା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏକ ସାଧାରଣ ସଭାରେ ‘ସମ୍ବଲପୁରିଆମାନେ ଗୋଡ଼ଘିଚା’ ବୋଲି ଦେଇଥିବା ସମ୍ବଲପୁର ଓ ସମ୍ବଲପୁରୀ ବିରୋଧୀ ବିବୃତି ପ୍ରସନ୍ନଙ୍କ ପାଇଁ ନିର୍ବାଚନରେ ଭୋଟକୁ ପ୍ରଭାବିତ କରିବା ଆଶଙ୍କା ରହିଛି ବୋଲି ଆନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?