ଦୁଇଜଣଙ୍କ କଳିରୁ ଫାଇଦା ଉଠାଇଲେ ପ୍ରସନ୍ନ

ସମ୍ବଲପୁର,୧୨ା୪(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା ହେବା ପରେ ଏହି କ୍ଷେତ୍ରରୁ ସମ୍ବଲପୁର ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାମ ନେଇ ହେଉଥିବା ଚର୍ଚ୍ଚାରେ ଅନ୍ତ ଘଟିଛି। ଦୁଇ ଜଣଙ୍କ କଳିରେ ତୃତୀୟ ବ୍ୟକ୍ତି ଭାବେ ପ୍ରସନ୍ନଙ୍କ ନିକଟକୁ ଟିକେଟ ଯିବା ଅନେକଙ୍କୁ ଆଚମ୍ବିତ କରିଛି।
ପ୍ରସନ୍ନଙ୍କ ପାଇଁ ସମ୍ବଲପୁର ନୂଆ ହୋଇ ନ ଥିଲେ ମଧ୍ୟ ସେ ଏହା ପୂର୍ବରୁ କେବେହେଲେ ସମ୍ବଲପୁର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ବିଜେଡି ଟିକେଟ୍‌ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ୩ଥର ଜିତିଛନ୍ତି। ୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ସେ ସମ୍ବଲପୁର ଲୋକ ସଭା ପ୍ରାର୍ଥିତ୍ୱରୁ ଓହରି ରେଢ଼ାଖୋଲ ବିଧାନସଭା ଆସନରୁ ବିଜୟୀ ହୋଇ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୧୪ ନିର୍ବାଚନରରେ ବରଗଡ଼ ଜିଲା ବିଜେପୁର ବିଧାନସଭା ଅସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହେବା ପରେ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ରହିଥିଲେ। ସୂଚନାଯୋଗ୍ୟ, ସେ ସମ୍ବଲପୁର ସହିତ ଛାତ୍ର ଜୀବନରୁ ସଂଶ୍ଳିଷ୍ଟ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସନ୍ନ ବହୁପୂର୍ବରୁ ତାଙ୍କ ପସନ୍ଦର ବିଧାନସଭା ଆସନ ରେଢ଼ାଖୋଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ଗହଣରେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ସଭାରେ ଯୋଗଦେଇ ଭୋଟରଙ୍କ ନିକଟତର ହେବା ପ୍ରୟାସ ଜାରି ରଖିଥିଲେ। ତେବେ ଗତ ମାର୍ଚ୍ଚ ୧୪ରେ ରେଢ଼ାଖୋଲ ନିକଟରେ ସେ ଏକ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ। ତେଣୁ କିଛିଦିନ ତାଙ୍କ ନିର୍ବାଚନୀ ପ୍ରସ୍ତୁତି ସ୍ଥଗିତ ରହିଥିଲା। ଏପରିକି ସେ ନିର୍ବାଚନରେ ଅବତୀର୍ଣ୍ଣ ହେବେ କି ନାହିଁ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ଗତ ଅପ୍ରେଲ୍‌ ୨ ତାରିଖରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହେଲା ପରେ ତାଙ୍କ ନିର୍ବାଚନ ନ ଲଢ଼ିବା ଆଶଙ୍କା ଦୂର ହୋଇଥିଲା।
ଅନ୍ୟପକ୍ଷରେ ସମ୍ବଲପୁର ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସଙ୍କ ଭଳି ଅନେକ ବଜେଡି ଟିକେଟ୍‌ ଆଶାୟୀ ରହିଥିଲେ। ଫଳରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ ଆଶଙ୍କାରେ ଡା. ପାଣିଗ୍ରାହୀଙ୍କ ସମର୍ଥକମାନେ ସମ୍ବଲପୁରରେ ତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ଏପରିକି ସମ୍ବଲପୁର ଲୋକ ସଭା ଆସନରେ ପ୍ରାର୍ଥୀ ଘୋଷିତ ହେବାପରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ମା ସମଲେଶ୍ୱରୀଙ୍କ ଆଶୀର୍ବାଦ ଗ୍ରହଣ ପାଇଁ ସମ୍ବଲପୁର ଗସ୍ତରେ ଯାଇ ଡା. ପାଣିଗ୍ରାହୀଙ୍କୁ ସାକ୍ଷାତ୍‌ କରିବାକୁ ଯାଇଥିଲେ। ଏହି ସମୟରେ ଡା. ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରା ନ ଗଲେ ଆଗାମୀ ନିର୍ବାଚନରେ ତାଙ୍କ ସମର୍ଥକମାନେ ନୀରବ ରହିବେ ବୋଲି ତାଙ୍କୁ ଚେତାବନୀ ଦେଇଥିଲେ। ହୁଏତ ସମ୍ବଲପୁର ଆସନରେ ପ୍ରାର୍ଥୀ ହେବାକୁ ଡା. ପାଣିଗ୍ରାହୀଙ୍କ ଏହି ଚାଲି ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଅପ୍ରତ୍ୟାଶିତ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରସନ୍ନଙ୍କୁ ସମ୍ବଲପୁର ଆସନରେ ପ୍ରାର୍ଥୀ ଘୋଷଣା କରିବା ସମଗ୍ର ରାଜନୈତିକ ମହଲକୁ ଚକିତ କରିଦେଇଛି। ଏହା ମଧ୍ୟ ଆଲୋଚନା ହେଉଛି ଯେ, ବିଜେଡିର ଲୋକ ସଭା ପ୍ରାର୍ଥୀ ପ୍ରଣବଙ୍କ ଭୋଟକୁ ସୁଦୃଢ଼ କରିବା ଲାଗି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।
ଭାଜପାରୁ ବରିଷ୍ଠ ନେତା ଜୟନାରାୟଣ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ତେଣୁ ସମ୍ବଲପୁର ବିଧାନସଭା ଆସନରେ ବିଜେଡି ଓ ଭାଜପାର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ ବୋଲି ସ୍ଥାନୀୟ ଅଧିବାସୀ ମତ ଦେଉଛନ୍ତି। ଝାଡ଼ୁଆପଡ଼ାର ରାଜନୈତିକ ସମୀକ୍ଷକ ଅଭିଷେକ ମିଶ୍ର କହିଛନ୍ତି, ପ୍ରସନ୍ନଙ୍କ ବଦଳରେ ସମ୍ବଲପୁର ସହରର ସ୍ଥାନୀୟ ନେତା ପ୍ରାର୍ଥୀ ହୋଇଥିଲେ ଅଧିକ ଗ୍ରହଣୀୟ ହୋଇଥାଆନ୍ତେ। ତେବେ ଏହା ବିଜେଡିର ନିଜସ୍ବ ନିଷ୍ପତ୍ତି।
ସେହିପରି ଗୋବିନ୍ଦତୋଲାର ଆନନ୍ଦ ମିଶ୍ର କହିଛନ୍ତି, ପ୍ରସନ୍ନ ଜଣେ ଉତ୍ତମ ରାଜନୈତିଜ୍ଞ। ସେ ରାଢ଼ାଖୋଲରେ ବିଧାୟକ ଥିବା ସମୟରେ ଏଠାରେ ଅନେକ ବିକାଶ ମଧ୍ୟ ହୋଇଛି। ତେବେ କିଛିଦିନ ତଳେ ପ୍ରସନ୍ନଙ୍କ ପୁତୁରା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏକ ସାଧାରଣ ସଭାରେ ‘ସମ୍ବଲପୁରିଆମାନେ ଗୋଡ଼ଘିଚା’ ବୋଲି ଦେଇଥିବା ସମ୍ବଲପୁର ଓ ସମ୍ବଲପୁରୀ ବିରୋଧୀ ବିବୃତି ପ୍ରସନ୍ନଙ୍କ ପାଇଁ ନିର୍ବାଚନରେ ଭୋଟକୁ ପ୍ରଭାବିତ କରିବା ଆଶଙ୍କା ରହିଛି ବୋଲି ଆନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri