Categories: ଜାତୀୟ

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୮୪ ବର୍ଷୀୟ ପ୍ରଣବ ଗତ ୧୦ ତାରିଖରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ମସ୍ତିଷ୍କରେ ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ପରେ ପ୍ରଣବ କୋମା ଅବସ୍ଥାକୁ ଚାଲିଯାଇଥିଲେ। ତାଙ୍କଠାରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ବିଶେଷଜ୍ଞମାନଙ୍କର ଏକ ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।

Share