Categories: ଜାତୀୟ

ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ ପ୍ରଣବ

ନୂଆଦିଲ୍ଲୀ,୩୧।୮-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁବେଳକକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଭାରତୀୟ ରାଜନୀତିରେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସେ ସକ୍ରିୟ ଥିଲେ। ୨୦୧୨ରୁ ୨୦୧୭ ଯାଏ ସେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପୂର୍ବରୁ ସେ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳି ଥିଲେ। ୧୯୮୨ ରୁ ୮୪ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ। ୧୯୯୫ରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ।

Share