Categories: ଜାତୀୟ

୧୩ ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିବାରୁ ମୁଣ୍ଡରେ ଲାଗିଥିଲା ଗଭିର ଆଘାତ

ନୂଆଦିଲ୍ଲୀ,୧୩।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁଇଦିନ ତଳେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ଜଣାପଡିଥିଲା। ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର କରୋନା ଚିକିତ୍ସା ସହ ବ୍ରେନ୍‌ ସର୍ଜରୀ କରାଯାଇଛି। ତେବେ ବ୍ରେନ୍‌ ସର୍ଜରୀ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀରା ଥିବା କୁହାଯାଉଛି। ଭେଣ୍ଟିଲେଟରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ୧୩ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣା ଯୋଗୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଗଭିର ଆଘାତ ଓ ଅତ୍ୟଧିକ ଯନ୍ତ୍ରଣା ପରେ ବି ଖୁବ୍‌ ଶାନ୍ତ ରହୁଥିଲେ ରାଷ୍ଟ୍ରପତି। ସେତେବେଳେ ପଶ୍ଚିମବଙ୍ଗ ନଦିଆ ଜିଲାର ଏକ ଡାକ୍ତର ତାଙ୍କୁ ଚିକିତ୍ସା କରିଥିବା କଥା ଏବେ ମନେ ପକାଇଛନ୍ତି। ଡାକ୍ତର ବାସୁଦେବ ମଣ୍ଡଳ କହିଛନ୍ତି ୭ ଏପ୍ରିଲ ୨୦୦୭ରେ ମୁର୍ସିଦାବାଦରୁ କୋଲକାତା ଆସୁଥିବା ସମୟରେ ପ୍ରଣବ ମୁଖାର୍ଜୀଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା। ପିଟିଆଇର ସୂଚନା ଅନୁଯାୟୀ, ପ୍ରଣବ ସେତେବେଳେ ବୈଦେଶିକ ମନ୍ତ୍ରୀ ଥିଲେ।

Share