Categories: ଜାତୀୟ

ଭେଣ୍ଟିଲେଟରକୁ ଯିବା ପୂର୍ବରୁ ପୁଅଙ୍କୁ ଗାଁରୁ ଏହି ଜିନିଷ ଆଣିବାକୁ କହିଥିଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟଲ ଯିବା ପୂର୍ବରୁ ପୁଅ ଅଭିଜିତ୍‌ ମୁଖାର୍ଜିଙ୍କୁ କଲ୍‌ କରି ଏକ ଅନୁରୋଧ କରିଥିଲେ। ସେ ପୁଅକୁ କହିଥିଲେ, ଗାଁ କଥା ବହୁତ ମନେ ପଡୁଛି। ମୋ ପାଇଁ ଗାଁରୁ ପଣସ ଆଣି ଦେବ। ଅଭିଜିତ୍‌ ପଶ୍ଚିମବଙ୍ଗର ଜଣେ ବରିଷ୍ଠ କଂଗ୍ରେସ ନେତା। ଏହି କାରଣରୁ ସେ ପଶ୍ଚିମବଙ୍ଗରେ ରୁହନ୍ତି। ପିତାଙ୍କ ଏହି କଥା ମନେ ପକାଇ ଅଭିଜିତ୍‌ କହିଛନ୍ତି, ପିତାଙ୍କ ପାଇଁ ପଣସ ଆଣିବାକୁ କୋଲକତାରୁ ବୀରଭୂମସସ୍ଥିତ ଆମ ଗାଁ ମିରାତୀକୁ ଯାଇଥିଲି। ସେଠାରୁ ୨୫କିଲୋ ଓଜନର ଏକ ପାଚିଲା ପଣସ ଆଣିଥିଲେ। ଅଗଷ୍ଟ ୩ରେ କୋଲକତାରୁ ଦିଲ୍ଲୀ ଟ୍ରେନରେ ନେଇ ଆସିଥିଲା। ପଣସ ଦେଖି ବାବା ବହୁତ ଖୁସି ହୋଇ ଯାଇଥିଲେ। ସେଦିନ ସେ ଅଳ୍ପ ଖାଇଥିଲେ ବୋଲି ସେ କହିଛନ୍ତି।
ପ୍ରଣବ ମୁଖାର୍ଜୀ କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ଅଗଷ୍ଟ ୧୦ତାରିଖରେ ଆର୍ମି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପରୀକ୍ଷା ସମୟରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାର ଜଣାପଡିଥିଲା। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଅଛନ୍ତି। ସୂଚନାଯୋଗ୍ୟ, ଦେଶର ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରପତି ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।

Share