Categories: ଖେଳ

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ପ୍ରଣବ ମୁଖାର୍ଜୀଙ୍କ ସୋମବାର ଦେହାନ୍ତ ହୋଇଛି। ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟରମାନେ ମଧ୍ୟ ଦେଶର ଏହି ମହାନ ରାଜନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ତିନି କ୍ରିକେଟରଙ୍କ ଅନୁଯାୟୀ ଦେଶ ଜଣେ ମହାନ ନେତାଙ୍କୁ ହରାଇଲା। ଦେଶକୁ ଟି -୨୦ ଏବଂ ଏକଦିବସୀୟ ବିଶ୍ୱକପ ଜିତିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ପ୍ରଣବ ଦାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ତାଙ୍କ ଅବଦାନ ପାଇଁ ଦେଶ ସର୍ବଦା ତାଙ୍କୁ ସ୍ମରଣ କରିବ। ଏହାସହ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ, ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ସାଇନା ନେହଓ୍ବାଲ ମଧ୍‌ ପ୍ରଣବ ଦା’ଙ୍କୁ ସ୍ମରଣ କରିଛନ୍ତି।

Share