ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ଛପାକ ଗର୍ଲ

ଜଗତସିଂହପୁର,୧।୩: ଓଡ଼ିଶାର ଛପାକ ଗର୍ଲ ପ୍ରମୋଦିନୀ ରାଉଳ ସେମବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜର ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ । ଏସିଡ୍‌ ଆକ୍ରମଣରେ ତାଙ୍କର ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ମଧ୍ୟ ସରୋଜ ତାଙ୍କୁ ହୃଦୟ ଦେଇ ଭସିଛନ୍ତି । ଯେଉଁ ସମୟରେ ପ୍ରମୋଦିନୀ ଜୀବନ ବଞ୍ଚାଇବା ସଂଘର୍ଷ କରୁଥିଲେ ସେହି ସମୟରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ସରୋଜ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ସୋମବାର ବିବାହ ବନ୍ଧନରେ ବାନ୍ଧି ହେବେ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ପ୍ରମୋଦିନୀ ଏସିଡ ଆକ୍ରମଣର ଶିକାର ହୋଇଥିଲେ । ଏପ୍ରିଲ ୧୮ ତାରିଖରେ ଏସିଡ ଆକ୍ରମଣର ଶିକାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ହିଁ ରହିଥିଲେ । ଏହା ପରେ ପ୍ରମୋଦିନୀ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ ।