ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଯୋଗ ଦେଇଛନ୍ତି। ପ୍ରମୋଦ ଲଗାତର ଦ୍ୱିତୀୟଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ବିଧାନସଭାର ପୂର୍ବତନ ବାଚସ୍ପତି ରହିଛନ୍ତି। ତାଙ୍କ ସହ ରବି ନାୟକ, ନୀଲେଶ କ୍ରାବଲ, ବିଶ୍ୱଜିତ ରାଣେ, ମାଭିନ ଗୁଦିନ୍ଦ୍ରୋ, ସୁଭାଷ ଶିରୋଦକର ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ପ୍ରମୋଦ ସାୱନ୍ତ ଉତ୍ତର ଗୋଆର ସାଙ୍କଲିମରୁ ବିଧାୟକ ଅଟନ୍ତି। ୨୦୧୭ରେ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୨୦୧୯ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ବୃତ୍ତି ଅନୁଯାୟୀ ସେ ଜଣେ ଆୟୁର୍ବେଦ ଡାକ୍ତର।

Share