Categories: ଜାତୀୟ

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସ୍ପେନ୍ସ ଲାଗି ରହିଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ଭାଜପାକୁ ୨୦ ଆସନ ମିଳିଥିବାବେଳେ ମହାରାଷ୍ଟ୍ର ଗୋମନ୍ତକ ପାର୍ଟି (ଏମ୍‌ଜିପି) ଏବଂ ୩ ସ୍ବାଧୀନ ବିଧାୟକ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ମାତ୍ର ୬୬୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ମୁଖ୍ୟମନ୍ତ୍ରୀ ସାଓ୍ବନ୍ତଙ୍କୁ ବଦଳାଇବାକୁ ଦଳ ଚାହୁଁଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।

Share