Categories: ଖେଳ

କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବୁଧବାର ଅନୁଷ୍ଠିତ ମ୍ୟାଚରେ ସେ ଇଂଲଣ୍ଡର ଓ୍ବିଲିୟମ ସ୍ମିଥଙ୍କୁ ୨୧-୫, ୨୧-୩ରେ ହରାଇ ଦେଇଛନ୍ତି।

ନିଜ ଗ୍ରୁପ୍‌ର ଶ୍ରେଷ୍ଠ ଖେଳାଳିଭାବେ ନକ୍‌ଆଉଟରେ ପ୍ରବେଶ କରିଥିବା ପ୍ରମୋଦ ପ୍ରି- କ୍ୱାର୍ଟରରେ ବାଇପାଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଡବଲ୍ସରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ପ୍ରଥମ ମ୍ୟାଚ୍‌ରେ ଭିଏଟନାମର ଭାନ ଥୁଓଙ୍ଗ ଏନ୍‌ଗୁଏନ ଓ ଡୁକ୍‌ ଟ୍ରୁଙ୍ଗ ଫାମ୍‌ଙ୍କୁ ୨୧-୯, ୨୧-୬ରେ ପରାସ୍ତ କରିଛନ୍ତି। ତେବେ ଅନ୍ୟତମ ଓଡ଼ିଆ ଖେଳାଳି ଦୀପ ରଞ୍ଜନ ବିଷୋୟୀ ବିଶ୍ୱ ଚାମ୍ପିୟନଶିପ୍‌ରୁ ବିଦାୟ ନେଇଛନ୍ତି। ଦୀପ୍‌ ରଞ୍ଜନ ଓ ଅର୍ବାଜ ଅନ୍‌ସାରୀ ଯୋଡ଼ି ଡବଲ୍ସର ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରି ଯାଇଥିବାବେଳେ ବୁଧବାର ଇଣ୍ଡୋନେସିଆର ହିକମତ ରାମଦାନି ଓ ଉକୁନ ରୁକେଣ୍ଡିଙ୍କଠାରୁ ୧୪-୨୧,୧୨-୨୧ରେ ହାରି ଯାଇଛନ୍ତି। ୩ଟି ମ୍ୟାଚରୁ ଦ୍ୱିତୀୟ ପରାଜୟ ଯୋଗୁ ଦୀପ୍‌-ଅର୍ବାଜ ଯୋଡ଼ି ବିଦାୟ ନେବାକୁ ବାଧ୍ୟ ହୋଇଛନ୍ତି।

Share